କିଶନନଗରରେ ବିଜେପି ର ବିଶାଳ ଜନସମାଵେଶ

                                          ଅସୁସ୍ଥତା କାରଣରୁ ସମାବେଶ ସ୍ଥଳରେ ପହଞ୍ଚି ନପାରି ଫେରିଗଲେ ଡ୍ରିମ୍ ଗାର୍ଲ୍ ହେମାମାଳିନୀ 

କଟକ ସଦର, ୧୭/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) – କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଆଜି ଅପରାହ୍ନରେ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଜନସମାଵେଶରେ ଯୋଗଦେବାକୁ ମଥୁରା ସାଂସଦ ଡ୍ରିମ୍ ଗାର୍ଲ୍ ହେମାମାଳିନୀ ଓଡ଼ପଡ଼ା ହେଲିପ୍ୟାଡ୍ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଯାଉଥିଲା ବେଳେ ଅସୁସ୍ଥତା କାରଣରୁ ସଭାସ୍ଥଳର ମାତ୍ର ଶହେ ମିଟର ଦୂରରୁ ଫେରିଯାଇଥିବା ଜଣାପଡିଛି। ହେଲେ ପ୍ରଚଣ୍ଡ ରୈ।ଦ୍ର ତାପ ଓ ଅସହ୍ୟ ଗୁଳୁଗୁଳି କୁ ଭୃକ୍ଷେପ ନକରି ଆଶାତୀତ ଭାବେ କର୍ମୀ ମାନେ ଯୋଗ ଦେଇଥିଲେ। ଆଗାମୀ ଦିନରେ ଉକ୍ତ ସ୍ଥାନକୁ ନିଶ୍ଚୟ ଆସିବେ ବୋଲି ହେମାମାଳିନୀ କଟକ ସଦର ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିବା ପ୍ରକାଶ ଘୋଷଣା କରିଥିଲେ। ଏଥିରେ ରାଜସ୍ଥାନର ମନ୍ତ୍ରୀ ଅବିନାଶ ଗେଲହଟ ଯୋଗ ଦେଇ ବିକଶିତ ଓଡ଼ିଶା ଗଠନ ପାଇଁ ମୋଦୀ ଗ୍ୟାରେଣ୍ଟି ରେ ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ ଓ କଟକ ଲୋକସଭା ସାଂସଦ ପ୍ରାର୍ଥୀ ଭର୍ତୃହରି ମହତାବଙ୍କୁ ପଦ୍ମ ଫୁଲ ଚିହ୍ନରେ ଵଟମ୍ ଟିପି ଅଧିକରୁ ଅଧିକ ସଂଖ୍ୟାରେ ନିର୍ବାଚିତ କରିବାକୁ ନିବେଦନ କରିଥିଲେ।

Leave a Reply

Your email address will not be published. Required fields are marked *