କଟକ ସଦର, ୩୦/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର କଲେଜର ଇତିହାସ ବିଭାଗୀୟ ମୂଖ୍ୟ ତଥା ଭାରପ୍ରାପ୍ତ ଅଧ୍ୟକ୍ଷ ଅଭୟ କୁମାର ସ୍ୱାଇଁଙ୍କୁ ଆଜି ମଙ୍ଗଳବାର ଦିନ କଲେଜ ପରିସରରେ ଭାବାବେଗ ପରିବେଶରେ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଉପଲକ୍ଷେ ପ୍ରଧ୍ୟାପକ ପ୍ରେମାନନ୍ଦ ମୁଦୁଲିଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପରିଚାଳନା କମିଟି ସଭାପତି ଚାରୁଵାଳା ପଣ୍ଡା, ପ୍ରାକ୍ତନ ଅଧ୍ୟକ୍ଷ ଅଜିତ କୁମାର ମୁଖାର୍ଜୀ, ବରିଷ୍ଠ ପ୍ରାଧ୍ୟାପକ ଶାରଦା ପ୍ରସନ୍ନ ମହାପାତ୍ର, ଅଧ୍ୟାପକ ଡଃ ଅନାଦି ଚରଣ ବରାଳ, ଅଧ୍ୟାପକ ସାଦିକ ଅଲ୍ଲୀ, ପୂର୍ଣ୍ଣଚନ୍ଦ୍ର ସାହୁ, ଲକ୍ଷ୍ମୀନାରାୟଣ ସାହୁ, ଭାବଗ୍ରାହୀ ବିଶୋଇ, ତପନ କୁମାର ବିଶ୍ଵାଳ, ବରିଷ୍ଠ ହିସାବ ରକ୍ଷକ କୃଷ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ଅବସର ଗ୍ରହଣ କରିଥିବା ଅଧ୍ୟକ୍ଷ ଅଭୟ ସ୍ୱ।ଇଁ ଙ୍କ ବୃତ୍ତିଗତ ଜୀବନର ସଂଘର୍ଷ, ସଫଳତା ଓ ଅନୁଭୁତି ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ସେବା ନିବୃତ ସୁସ୍ଥ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ଶେଷରେ ଡ଼ଃ ନନ୍ଦିତା ଶୁକ୍ଳା ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ ଯେ ଆଜି ଠାରୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ପ୍ରେମାନନ୍ଦ ମୁଦୁଲି କାର୍ଯ୍ୟଭାର ଗ୍ରହଣ କଲେ ।
କିଶନନଗର କଲେଜର ଅଧ୍ୟକ୍ଷ ଅଭୟ କୁମାର ସ୍ୱାଇଁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
