ଗାନ୍ଧୀ ଜୟନ୍ତୀ ରେ କଂଗ୍ରେସ ନେତା ହରିବନ୍ଧୁ ଙ୍କ ନେତୃତ୍ୱରେ ସଦ୍ଭାବନା ପଦଯାତ୍ରା

ସାଲେପୁର,୦୨/୧୦/୨୦୨୬ ( ଓଡିଶା ସମାଚାର/ ଅଭୟ ଜେନା )ଆଜି ପବିତ୍ର ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଏବଂ ଶସ୍ତ୍ରୀ ଜୀ ଙ୍କ ଜୟନ୍ତୀ ପାଳନ ଅବସରରେ ସାଲେପୁର କଂଗ୍ରେସ ପକ୍ଷରୁ ଏକ ବିରାଟ ସଦ୍ଭାବନା ପଦଯାତ୍ରା ଓ ସ୍ଵଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଆଜି ସକାଳୁ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଙ୍ଗଠନ ଓଡ଼ିଶାର ଉପ ସଭାପତି ତଥା ସାଲେପୁର କଂଗ୍ରେସ ନେତା ହରିବନ୍ଧୁ ଶତପଥି ଙ୍କ ନେତୃତ୍ୱରେ ସହସ୍ରାଧିକ ପୁରୁଷ, ମହିଳା ଓ ଛାତ୍ର କଂଗ୍ରେସ କର୍ମୀ ଏହି ସଦଭାବନା ପଦଯାତ୍ରା ରେ ସାମିଲ ହୋଇଥିଲେ। ପ୍ରଥମେ ସାଲେପୁରର ବୋଦାମୁଣ୍ଡାଇ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ପଦଯାତ୍ରାରେ ବାହାରି ସାଲେପୁର ବଜାର କୁଆଁପାଳ ଛକରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ  ।

ପରେ ସାଲେପୁର ବ୍ଲକ କାର୍ଯ୍ୟାଳୟ ପରିସର ରେ ଥିବା ମହାତ୍ମା ଗାନ୍ଧୀ ଏବଂ ସମସ୍ତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।  ଏହି ଅବସରରେ ସାଲେପୁର ତହସିଲ କାର୍ଯ୍ୟାଳୟ ପରିସରକୁ ସ୍ଵଛ ଭାରତ କାର୍ଯ୍ୟକ୍ରମ ଅନୁଯାୟୀ ସଫେଇ କରିଥିଲେ। ଏହାପରେ ହରିବନ୍ଧୁ ଶତପଥି ସମସ୍ତ କର୍ମୀ ମାନଙ୍କ ସହିତ ସାଲେପୁର ତହସିଲ କାର୍ଯ୍ୟାଳୟ ରୁ ପଦଯାତ୍ରା ବାହାରି ଶିଶୁଆ ଡାକ ବଙ୍ଗଳା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ଆଜିର ପଦଯାତ୍ରା ଶାନ୍ତି ଶୃଙ୍ଖଳା ସହିତ ଶେଷ ହୋଇଥିଲା।

ଏହି ପଦଯାତ୍ରା ରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ଓଡ଼ିଆ ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅଭୟ ସାହୁ, ଉପାଧ୍ୟକ୍ଷ ଡ. କାର୍ତ୍ତିକ ଚନ୍ଦ୍ର ବରାଳ ଯୋଗ ଦେଇ ଏତେ ସଂଖ୍ୟକ କର୍ମୀ ଯୋଗ ଦେଇ ଶାନ୍ତି ଶୃଙ୍ଖଳା ସହିତ ପରିଚାଳିତ ହୋଇଥିବା ରୁ ଏହାକୁ ପ୍ରଶଂସା କରିଥିଲେ। ଏହି ପଦଯାତ୍ରାରେ ସାଲେପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ରବୀନ୍ଦ୍ର ନାଥ କର, ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ନାଥ ସିଂ, କଟକ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସୁରେନ୍ଦ୍ର ମହାରଣା, ବିଜ୍ଞାନନନ୍ଦ ଭୂୟାଁ, ସମ୍ପାଦକ ବୈକୁଣ୍ଠ ନାଥ ସ୍ବାଇଁ,ସୁଦାମ ବାରିକ,ସଙ୍ଗଠକ ମନୋଜ ଖିଲାର,ରବୀନ୍ଦ୍ର ଜେନା, ସାଲେପୁର ବ୍ଲକ ସଂଖ୍ୟାଲଘୁ ସେଲ ସଭାପତି ଶେଖ ୟସୀମ,ପ୍ରଫୁଲ୍ଲ ବିଶ୍ୱାଳ, ଶ୍ରୀପତି ଲେଙ୍କା, ତ୍ରିଲୋଚନ ଲେଙ୍କା, ରଶ୍ମି ପ୍ରକାଶ କାଣ୍ଡି, ଜ୍ୟୋତି କର,ସିତୁ କର, ସୂର୍ଯ୍ୟ କାନ୍ତ କାଣ୍ଡି, ରାଜେଶ କୁମାର ସ୍ବାଇଁ,ସଞ୍ଜୟ କାଣ୍ଡି, ରାଜ କିଶୋର ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।ଏହି ପଦଯାତ୍ରା ରେ ଅଗଣିତ ମହିଳା, ପୁରୁଷ ଓ ଛାତ୍ର କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *