ରାମଦୟା ପରିଷଦର ଶୁଭେଚ୍ଛୁ ଙ୍କ ପରଲୋକରେ ଶୋକ

ନିରାକାରପୁର, ୨୧/୦୪/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ  ଶ୍ରୀ ରାମଦୟା ପରିଷଦ ହିତାକାଂକ୍ଷୀ ବନ୍ଧୁ ଲଳିତାପାଟପୁର ଗ୍ରାମ ନିବାସୀ ସ୍ବର୍ଗତ ଅମ୍ବିକା ପ୍ରସାଦ ତ୍ରିପାଠୀ ଙ୍କ ବିୟୋଗରେ  ଏକ ଶୋକସଭା ରାମ ମନ୍ଦିର ମାରୁତି ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ଉପସଭାପତି ଶ୍ରୀ ଯୁକ୍ତ ସତ୍ୟବାଦୀ ବଳବନ୍ତରାୟ ଙ୍କ ଉପସ୍ଥିତିରେ ଏକ ଶୋକସଭା କରାଯାଇ ସ୍ବର୍ଗତ ଆତ୍ମାର ମୁକ୍ତି ନିମନ୍ତେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପରିଷଦର ସଭ୍ୟ ଶ୍ରୀ ଯୁକ୍ତ ତାରା ପ୍ରସାଦ କର,ଗଂଗାଧର ତ୍ରିପାଠୀ ,ରମାନାଥ ଦାଶ , ନାରାୟଣ ସାମନ୍ତରାୟ ,ବେଣୁଧର ଚମ୍ପତିରାୟ ,ଇତ୍ୟାଦି ଉପସ୍ଥିତ ଥିଲେ।ସ୍ବର୍ଗତ ତ୍ରିପାଠିଙ୍କ ସମ୍ପର୍କରେ ଉପସ୍ଥିତ ସଭ୍ୟମାନେ କିଛି କିଛି ବକ୍ତବ୍ୟ ରଖିଥିଲେ । ସ୍ବର୍ଗତ ତ୍ରିପାଠୀ ଙ୍କର ପରିବାରକୁ ଏହିସମୟରେ ପ୍ରଭୁ ଶ୍ରୀରାମ ଧର୍ଯ୍ୟ ପ୍ରଦାନ କରିବାକୁ ଠାକୁର ଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।

Leave a Reply

Your email address will not be published. Required fields are marked *