ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ  ଶ୍ରାଦ୍ଧ ବାର୍ଷିକୀ ପାଳନ

କେନ୍ଦ୍ରାପଡା, ୨୧/୦୪/୨୦୨୪ (ଓଡ଼ିଶା ସମାଚାର)-  ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ଆଜି କେନ୍ଦ୍ରାପଡା ସହରର ତିନିମୁହାଣୀସ୍ଥିତ ସ୍ମୃତି ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ମୃତି ପରିଷଦର ସଭାପତି ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଅତିଥି ଭାବେ ପ୍ରାଧ୍ୟାପକ ନନ୍ଦକିଶୋର ପରିଡା, ବରିଷ୍ଠ ବିଜେଡି ନେତା ଗଣେଶ୍ୱର ବେହେରା, ଗୟାଧର ଧଳ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ବିଜେଡି ନେତା ରାଜେଶ ମହାନ୍ତି, ନାରାୟଣ ପ୍ରସାଦ ପରିଡା,  ରମଣୀରଞ୍ଜନ ରାଉତରାୟ, ବିଜେଡି ନେତା ମୁକ୍ତାର ଖାଁ, କୃଷ୍ଣଚନ୍ଦ୍ର ମଲ୍ଲିକ ଓ ବିଜେଡି ଯୁବନେତା ରତିକାନ୍ତ ସାମଲ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ୱର୍ଗତ ପଟ୍ଟନାୟକଙ୍କ ଜିବନୀ ଉପରେ ଆଲୋକପାତ କରିଥିଲେ । ଏଥିସହିତ ସ୍ମୃତି ପରିଷଦର ଚଳିତ ବର୍ଷ ଜାନକୀ ବଲ୍ଲଭ ସାହିତ୍ୟ ସମ୍ମାନ-୨୦୨୪ କେନ୍ଦ୍ରାପଡା ମାଟିର ସୁଯୋଗ୍ୟ ତଥା ସାରସ୍ୱତ ସାଧକ ଅଧ୍ୟାପକ ଡକ୍ଟର ଶତ୍ରୁଘ୍ନ ପାଣ୍ଡବ ଓ ଅଧ୍ୟାପକ ଡ. ପ୍ରକାଶ କୁମାର ପରିଡାଙ୍କୁ ପ୍ରଦାନ କରାଯାଇଥିଲା । ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉମାବଲ୍ଲଭ ଜେନା, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ଡ. ଗିରୀଶ ପାତ୍ର, ବିପଦ ରଞ୍ଜନ ଦାସ, ପ୍ରଫୁଲ୍ଲ ଦାସ, ଚିତରଞ୍ଜନ ମଲ୍ଲିକ, ଜଗତଜୀବନ ଦାଶ, ପ୍ରଦୁ୍ୟମ୍ନ ଜେନା, ରମେଶ ଦାସ, ଗୋପିନାଥ ବାରିକ, ବିଜେଡି ଯୁବନେତା ମୀର ମୁରସିଦ୍, କମଳାକାନ୍ତ ବେହେରା, କୁଳମଣି ମଲ୍ଲିକ, ସୁନୀଲ ମହାପାତ୍ର, ଦୁର୍ଗାପ୍ରସାଦ ପତି, ବିଜୟ କୁମାର ସାହୁ, ବିଶ୍ୱଜିତ୍ ମହାନ୍ତି, କ୍ଷମାନିଧି ସାମଲ, ମଂଟୁ ସାହୁ, ଦୀପକ କୁମାର ଦାସ, ଜ୍ଞାନରଞ୍ଜନ ସାହୁ, ନିରଞ୍ଜନ ପରିଡା, ଗଦାଧର ମଲ୍ଲିକ, ଉତମ ମଲ୍ଲିକ, ସୌମେନ୍ଦ୍ର ପୃଷ୍ଟି, ବାବାଜୀ ଚରଣ ମଲ୍ଲିକ, ମୃତୁ୍ୟଞ୍ଜୟ ସାହୁ, ନରେଶ ଜେନା, ବିଦୁ୍ୟତଲତା ପଲ୍ଲାଇ, ଜନ୍ମେଜୟ ରାଉତ, ଆଶୀଷ ମେକାପ, ନୟନ କିଶୋର ରାଉତ, ଚନ୍ଦ୍ରକାନ୍ତ ବେହେରା, ଲକ୍ଷ୍ମୀଧର ପଲ୍ଲାଇ, ଜିତେନ୍ଦ୍ରନାଥ ମଲ୍ଲିକ, ମଣି ଭଦ୍ର ଓ ସୟଦ ମୁକ୍ତାର ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ଦିବଙ୍ଗତ ଆତ୍ମା ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *