ମାହାଙ୍ଗା,୧୮/୧୦/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସଂସ୍କାରକ,ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ, ଗାନ୍ଧିବାଦୀ ନେତା ଜଗନ୍ନାଥ କରଙ୍କ ପୂଣ୍ୟ ଜନ୍ମ ତିଥିରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମୂଳବସନ୍ତ ସ୍ଥିତ ବାଗ୍ମୀ ବିଶ୍ୱନାଥ ବିଦ୍ୟାନିକେତନ ପ୍ରାଙ୍ଗଣରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା ।
ସାହିତ୍ୟିକ ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ । ଉଚ୍ଚ ଶିକ୍ଷାର ବିକାଶ ପାଇଁ ଗ୍ରାମରେ ଜଗନ୍ନାଥ କର ବିଦ୍ୟାଳୟ ପ୍ରତିଷ୍ଠା କରିବା ସହିତ, ସମାଜ ସଂସ୍କାର କାର୍ଯ୍ୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିବାରୁ ସେ ଆଜିବି ପ୍ରାତଃ ସ୍ମରଣୀୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ କୈଳାଶ ଚନ୍ଦ୍ର ବଳବନ୍ତରାୟ, ସାହିତ୍ୟିକ ଡକ୍ଟର ଅଖିଳେଶ ମହାନ୍ତି, ପ୍ରଧାନଶିକ୍ଷକ ବିଶ୍ୱଜିତ ସେଠୀ, ସାମାଜିକକର୍ମୀ ରାମଚନ୍ଦ୍ର ମହାପାତ୍ର,ପ୍ରାକ୍ତନ ନଏବ ସରପଞ୍ଚ ବଟକୃଷ୍ଣ ଦାଶ,ସଂଖ୍ୟାଲଘୁ ନେତା ଅଫସର ତୁଲ୍ଲା,ପୂର୍ବତନ ପ୍ରଧାନଶିକ୍ଷକ ବିନୋଦ ବିହାରୀ ମିଶ୍ର,ପୂର୍ବତନ ସରପଞ୍ଚ ଭ୍ରମରବାର ରାଉତରାୟ,ସାରସ୍ୱତ ସଂଗଠକ ଉପେନ୍ଦ୍ରନାଥ ରଣା, ଶିକ୍ଷାବିତ ବିଜୟ କୁମାର ନାୟକ, ଯୁବ ସଂଗଠକ ଅଜିତ କୁମାର ମହାନ୍ତି,ସଂଗଠକ ଶୁଭେନ୍ଦୁ ସାମଲ,ସାମ୍ବାଦିକ ଅଶୋକ କୁମାର ଦାଶ,ସଂଗଠକ ଅରୁଣ କୁମାର ଲେଙ୍କା, ଚିତ୍ତରଞ୍ଜନ ସିଂ,ସନ୍ତୋଷ କୁମାର ନାୟକ, ସୌମେନ୍ଦ୍ର କର, ନିହାର ରଞ୍ଜନ ବିଶ୍ୱାଳ, ସଲିଳ କୁମାର ଦାସ,ପ୍ରଦୀପ୍ତ ନାୟକ,ସନ୍ତୋଷ କର ଏବଂ ହରିହର ବିଶ୍ୱାଳ ପ୍ରମୁଖ ସଂଗ୍ରାମୀ ଜଗନ୍ନାଥ କରଙ୍କ ତ୍ୟାଗପୂତ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ ।
ଏହି ଉତ୍ସବକୁ ଧୃବାନନ୍ଦ କର, ମନୋଜ କୁମାର ସେଠୀ, ପବିତ୍ର ମଲ୍ଲିକ, ମେଘୁ ଚରଣ ଘଡେଇ, ସୁବାସ ଚନ୍ଦ୍ର ସାହୁ, ରତିକାନ୍ତ କର, ଦେବେନ୍ଦ୍ର କୁମାର ଗୋଛାୟତ ପ୍ରମୁଖ ପରିଚାଳନା କରିଥିଲେ ।
