କଟକ ସଦର,୧୯/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଗତ ଚାରିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ଅଗ୍ରଣୀ ସାମାଜିକ ସଂଗଠନ ‘ଵିଷ୍ଣୁପ୍ରିୟା ସେବା ସମିତି’ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ୨୩ ଗୋଟି ପଞ୍ଚାୟତ କୁ ଯାଇଁ ସମସ୍ତ ସରପଂଚ, ନାଏବ ସରପଞ୍ଚ,ୱ।ର୍ଡ ସଭ୍ୟ/ ସଭ୍ୟା, ସମିତି ସଭ୍ୟ/ସଭ୍ୟା ଓ ପଞ୍ଚାୟତ କର୍ମଚାରୀ ମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ନିଆରା ଢଙ୍ଗରେ ଦଶହରା ଅଭିନନ୍ଦନ ଜଣାଇଥିବା ଜଣାପଡିଛି। ଏହି ଅବସରରେ ଶ୍ରୀମତୀ ରାଉତ ଚଳିତବର୍ଷ ପଞ୍ଚାୟତ ସମିତି ଓ ଗ୍ରାମପଞ୍ଚାୟତ ମାନଙ୍କର କାର୍ଯ୍ୟ କାଳ ପୁରି ଯାଉଥିବାରୁ ଭାବ ବିହ୍ୱଳ ହୋଇ ଆଗାମୀ ଦିନରେ ସାମାଜିକ ସଂଗଠନ ଜରିଆରେ ସମସ୍ତଙ୍କ ସହିତ ରହିବେ ବୋଲି ସୂଚନା ଦେଇଛନ୍ତି।
ଜନ ପ୍ରତିନିଧିଙ୍କୁ ଦଶହରା ଅଭିନନ୍ଦନ ଜଣାଇଲେ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା
