କଟକ ୧୮/୧୦/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )ଐତିହାସିକ, ସାଂସ୍କୃତିକ, ବାଣିଜ୍ୟିକ ସହର ଭାବେ ସାରା ବିଶ୍ୱରେ ପରିଚିତ କଟକ ସହରର ଦୁର୍ଗାପୂଜା ସମ୍ପୁର୍ଣ୍ଣ ନିଆରା। ଏଠାରେ ପୂଜା ପାଉଥିବା ସମସ୍ତ ଦେବା ଦେଵୀ ସୁନା,ଚାନ୍ଦିରେ ଆଭୁଷିତ। ସେହି କ୍ରମରେ ପିଠାପୁର ଠାରେ ଦୀର୍ଘ ବର୍ଷଧରି ପୂଜା ପାଇଆସୁଥିଵା କାଳୀୟଦଳନ ପ୍ରଭୁ ଶ୍ରୀକୃଷ୍ଣଙ୍କ ନିମନ୍ତେ ପିଠାପୁର କାଳୀୟଦଳନ ପୂଜା କମିଟି ପକ୍ଷରୁ ସ୍ୱର୍ଣ୍ଣ ନିର୍ମିତ ସମ୍ପୁର୍ଣ୍ଣ ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ଏକ ସ୍ୱର୍ଣ୍ଣ ଚମ୍ପା ହାର ନିର୍ମିତ ହୋଇଛି। ଉକ୍ତ ସ୍ୱର୍ଣ୍ଣ ଚମ୍ପା ହାରକୁ ସପ୍ତମୀ ପୂଜା ସନ୍ଧ୍ୟାରେ ପିଠାପୁର କାଳୀୟଦଳନ ପୂଜାକମିଟିର ସଭାପତି ସରୋଜ କୁମାର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଉଦଘାଟିତ ହୋଇଯାଇଛି। ଉକ୍ତ ଉଦଘାଟନ ଉତ୍ସବରେ ସମ୍ପାଦକ ନିରଞ୍ଜନ ଖୁଣ୍ଟିଆ,ଫଗୁମଣି ରାଉତ,କାଳନ୍ଦୀ ଖୁଣ୍ଟିଆ, ଜୟନ୍ତ ରାଉତ, ସନ୍ତୋଷ କୁମାର ରାଉତ,ମାନସ ପାଇଟାଳ, ସରୋଜ କୁମାର ରାଉତ,ଦୀପକ ରାଉତ, ଆଲୋକ ଜେନା ସୁମନ ରାଉତ, ସୋମନାଥ ଖୁଣ୍ଟିଆଙ୍କ ସମେତ ସାହିର ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତି ଯୋଗ ଦେଇଥିଲେ।
