ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘ ର ନବମ ବାର୍ଷିକ ଉତ୍ସବ ଓ ଉତ୍କଳ ଦିବସ ସମାରୋହ 

ସାଲେପୁର, ୦୩/୦୪/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା )- ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘ ର ନବମ ବାର୍ଷିକ ଉତ୍ସବ ଓ ଉତ୍କଳ ଦିବସ ସମାରୋହ ଉଦଯାପିତ ହୋଇ ଯାଇଛି।  ଅନୁଷ୍ଠାନ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ସାଲେପୁର ଠାରୁ ଏକ ମଟରସାଇକେଲ ଶୋଭାଯାତ୍ରାରେ ଯାଇ ମଧୁବାବୁ ଙ୍କ ଜନ୍ମପୀଠ ସତ୍ୟଭାମା ପୁର ରୁ  ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ମଧୁବାବୁଙ୍କ ଏନ୍ତୁଡ଼ି ଶାଳ ରୁ ମଶାଲ ଧରି ଶୋଭାଯାତ୍ରାରେ ଆସି ସାଲେପୁର ହାଇସ୍କୁଲ ଖେଳ ପଡିଆ ରେ ମଶାଲ ସ୍ଥାପନ କରିଥିଲେ। ସନ୍ଧ୍ୟାରେ ମାଛୁଆତି ତାରିଣୀ ଛକ ଠାରୁ  ବିଭିନ୍ନ ବାଦ୍ୟଯନ୍ତ୍ର ସହିତ କାର୍ଟୁନ ରାଲି ବଜାର ପରିକ୍ରମା କରାଯାଇଥିଲା। ଅନୁଷ୍ଠାନ ର ସଭାପତି ଅକ୍ଷୟ କୁମାର ଦାଶଙ୍କ ସ୍ୱଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା କ୍ରେଡ଼ିଟ କୋ ଅପରେଟିଭ ସୋସାଇଟି ର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସିନେ ପ୍ରଯୋଜକ ଦିଲ୍ଲୀପ ଦାଶ, ସମ୍ମାନିତ ଅତିଥି ଭାବେ ଲୋକସେବା ଫାଉଣ୍ଡେସନର ଅଧ୍ୟକ୍ଷ ହିମାଂଶୁ କୁମାର ମହାନ୍ତି, ବିଜେଡ଼ି ର ଯୁବ ସଙ୍ଗଠକ ବିଶେଶ୍ୱର ସ୍ବାଇଁ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଙ୍କ ସମେତ ପୂର୍ବତନ ସରପଞ୍ଚ  ରମେଶ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅଵସରରେ ସାଲେପୁର ଓକିଲ ସଂଘର ନବନିର୍ବାଚିତ ସଭାପତି ଆଡଭୋକେଟ ବିକ୍ରମ କେଶରୀ ବଳ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦ୍ଵିତୀୟ ଦିବସ ର କାର୍ଯ୍ୟକ୍ରମ ରେ ରାଜ୍ୟ ସାମ୍ବାଦିକ ସଂଘ ଏସ ୟୁ ଜେ  ର  ସଭାପତି କୈଳାଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ୱାଦିକ ମାନଙ୍କ ଦାବି ଗୁଡ଼ିକ ପୂରଣ ଉପରେ ବକ୍ତବ୍ୟ ଦୋହରାଇଥିଲେ |

 କଣ୍ଠଶିଳ୍ପୀ ସସ୍ମିତା ବିଶ୍ୱାଳଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ ସହ ହାସ୍ୟ ଅଭିନେତା ଗୁଡୁ ଓ ଅମର ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ସିଂହମ ଡ୍ୟାନ୍ସ ଗ୍ରୁପ ,ସଣ୍ଡେ ଆର୍ଟ ସ୍କୁଲ କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆତସବାଜି ପ୍ରଦର୍ଶନ କରାଯାଇଥିଲା ।ଶେଷରେ ଅନୁଷ୍ଠାନ ର କୋଷାଧ୍ୟକ୍ଷ ସୁଧୀର କୁମାର ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *