କିଶନନଗର ନୂଆ ଥାନା ଅଧିକାରୀ ଙ୍କୁ ସମ୍ବର୍ଦ୍ଧନା ଜଣାଇଲା କିଶନନଗର ବିଜେପି ମଣ୍ଡଳ

କଟକ ସଦର,୨୪/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ କିଶନନଗର ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ମାନେଶ୍ୱର ପ୍ରଧାନ ଙ୍କୁ ଆଜି ଶନିବାର ଦିନ କିଶନନଗର ବିଜେପି ମଣ୍ଡଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ ଙ୍କ ନେତୃତ୍ଵରେ ବିଜେପି ନେତା ସାଧୁ ଚରଣ ଜେନା, ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରଭାତ କୁମାର ସେଠୀ, ହିମାଂଶୁ ଶେଖର ମହାନ୍ତି, କାର୍ତ୍ତିକ ସାହୁ, ଦେବେନ୍ଦ୍ର ମଲ୍ଲିକ,ଦିପୁ ମଣ୍ଡଲ, ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ବହୁ ସଦସ୍ୟ ଙ୍କ ସମେତ ଆକ୍କା ର ସଭାପତି ଇଂ ଦେବବ୍ରତ ପାତ୍ର ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *