ରାଜ୍ୟ ବିଜେଡି ମହିଳା ସମ୍ପାଦିକା ସୁନନ୍ଦା ପତି ଙ୍କ କର୍ମୀ ସମ୍ମିଳନୀ

ଯାଜପୁର,୦୩/୦୪/୨୦୨୪ (ଓଡ଼ିଶା ସମାଚାର)- ବରୀ ବିଜେଡି ଟିକେଟ ଆଶାରେ ରାଜ୍ୟ ବିଜେଡି ମହିଳା ସାଧାରଣ ସମ୍ପାଦିକା ଶ୍ରୀମତୀ ସୁନନ୍ଦା ପତି ଆଜି ନିଜ ଗ୍ରାମ ବରୀ ବାଲିବିଲି ଠାରେ ଏକ କର୍ମୀ ସମ୍ମିଳନୀ ସହ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ , ୫ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ , ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ ଟିକେଟ ପାଇଁ ନିବେଦନ କରିଛନ୍ତି ।
ସେ ଦୀର୍ଘ ଦିନ ଧରି ବିଜେଡି ପାଇଁ କାମ କରି ଆସୁଛନ୍ତି ଓ ଦଳ ଯାହା ଯାହା ଦାଇତ୍ୱ ଦେଇଛି ସେ ତାକୁ ସୁଚାରୁରୂପେ ନିର୍ବାହ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ସେ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣ ଙ୍କୁ ସଚେତନ କରାଇବା ସହ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ପ୍ରଦାନ କରିଛନ୍ତି ।
ବରୀ ରେ କୃଷକ ଓ କୃଷି , ମହିଳା ମାନଙ୍କ ସହ ବରୀର ସାମଗ୍ରୀକ୍ ବିକାଶ କୁ ସେ ଗୁରୁତ୍ଵ ଦେବେ ଯାହାକି ନବୀନ ପଟ୍ଟନାୟକ ଙ୍କ ଯୋଜନା ଏଠାରେ ଆହୁରି ଲୋକଙ୍କ ନିକଟତର ହୋଇପାରିବ , ଯଦି ଦଳ ତାଙ୍କୁ ଚଳିତ ସାଧାରଣ ନିର୍ବାଚନର ସୁଯୋଗ ଦିଏ ବୋଲି କହିଥିଲେ । ସେ ବରୀ ର ଝିଅ ଓ ତାଙ୍କ ସ୍ଵାମୀ ଇଂ ସୁଶାନ୍ତ ମିଶ୍ର ସକ୍ରିୟ ରାଜନୀତିରେ ଅଛନ୍ତି । ଏଣୁ ତାଙ୍କର ବର୍ତ୍ତମାନ ସୁଦୃଢ଼ ସଙ୍ଗଠନ ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *