ସୁନାମଧନ୍ୟ ଚିକିତ୍ସକ ଅଲେଖ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା,୧୬/୦୭/୨୦୨୬ (ଓଡ଼ିଶା ସମାଚାର)-ସୁନାମଧନ୍ୟ ଚିକିତ୍ସକ ଡା. ଅଲେଖ ଚନ୍ଦ୍ର ଦାସଙ୍କ ପଂଚମ ଶ୍ରାଦ୍ଧୋତ୍ସବ କେନ୍ଦ୍ରାପଡା ସହରସ୍ଥ ମିରପାଟଣାସ୍ଥିତ ବାସଭବନରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ମୃତି ଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସମାଜସେବୀ ପ୍ରଦିପ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତିସଭାରେ ଡା. ବିଶ୍ୱ ପ୍ରକାଶ କାନୁନଗୋ, ଡା. ନାରାୟଣ ସାହୁ, ଡା. ସ୍ନେହଲତା କାନୁନଗୋ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଭାଗିରଥୀ ଜେନା, ପ୍ରଫୁଲ୍ଲ ଦାସ, ଅବନ୍ତୀ ବେହେରା, ଋଚ୍ଚଧୀର ଜେନା, ଗୋଲେଖ ପଢିଆରୀ ପ୍ରମୁଖ ଶତାଧିକ ବ୍ୟକ୍ତି ଯୋଗଦେଇ ଜଣେ ବିଶିଷ୍ଟ ଚିକିତ୍ସକ ତଥା ସମାଜସେବୀ ଡା. ଅଲେଖ ଦାସଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।ତାଙ୍କର ଅମାୟିକ ବ୍ୟବହାର ଯୋଗୁଁ ସେ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ତାଙ୍କ ନିଶୁଳ୍କ ସେବାହିଁ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଡାକ୍ତର ଦାସଙ୍କ ପରି ଅନ୍ୟ ଡାକ୍ତରମାନେ ସେବା କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *