କଟକ ସଦର,୦୩/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିକଶିତ କଟକ ସଦରର ସ୍ପଷ୍ଟ ସଫଳ ପାଇଁ ଆସ୍ଥା ପ୍ରକଟ କରି ନିକଟରେ ବିଜେପିରେ ଯୋଗ ଦେଇଥିବା ଯୁବ ସଂଗଠକ, ଜଣାଶୁଣା ସମାଜସେବୀ, ନବାଗତ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ଦଳ କଟକ ସଦର ସଂରକ୍ଷିତ ବିଧାନ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପ୍ରାର୍ଥୀ ଘୋଷଣା ହେଵା ପରେ ପ୍ରକାଶ ମଙ୍ଗଳବାର ରାତିରେ ନିଜ ଗ୍ରାମ କିଶନନଗର ପଞ୍ଚାୟତ ବିଶ୍ୱାଳପଡା ଵାଲିସୁକ୍ରି ବାସଭବନରେ ପହଞ୍ଚି ଭାବାବେଗ ପରିବେଶରେ ବାପା ମାଆ ଙ୍କ ଆଶିର୍ଵାଦ ନେଇଥିଲେ। ଏଥିସହିତ ପ୍ରକାଶଙ୍କ ସମର୍ଥକମାନେ ବାଣ ଫୁଟାଇ, ମିଠା ବାଣ୍ଟି ଖୁସିର ମାହୋଲ ସୃଷ୍ଟି କରିଥିଲେ। ସୂଚନାଯୋଗ୍ୟ ଯେ ଉକ୍ତ ଆସନ ପାଇଁ ବିଜେଡ଼ି ରୁ ଏଠାରୁ ଦୁଇଥର ବିଧାୟକ ଥିବା ଚନ୍ଦ୍ର ସାରଥି ବେହେରା ତୃତୀୟ ଥର ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ନବାଗତ ପ୍ରକାଶ ସେଠୀଙ୍କ ସଂଗଠନକୁ ଦେଖି ବିଜେପି ପ୍ରାର୍ଥୀ ଘୋଷଣା କରିଛି। ହେଲେ ଏ ପର୍ୟ୍ୟନ୍ତ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ମୂଖ୍ୟତଃ ବିଜେଡ଼ି ବିଜେପି ମଧ୍ୟରେ ପ୍ରତିଦ୍ବନ୍ଦିତା ଯୋରଦାର ହେବ ବୋଲି ପ୍ରାଥମିକ ସର୍ବେକ୍ଷଣରୁ ଜଣାପଡିଛି।