ଖୋର୍ଦ୍ଧା ତାପଙ୍ଗ ଗଭୀର ଖଣିରୁ ଛାତ୍ର ବୁଡିଯିବା ଘଟଣାର ଜିଲ୍ଲାପାଳ କଲେ ସମୀକ୍ଷା

                  ଆଶ୍ଚର୍ଯ୍ୟ : ସମୁଦ୍ରରୁ ମିଳୁଛି ,ନଦୀରୁ ମିଳୁଛି କିନ୍ତୁ ଏକ ଖଣିରୁ ଶବ ମିଳୁନି, ସମସ୍ତେ ଫେଲ ମାରୁଛନ୍ତି

 ନିରାକାରପୁର, ୧୧/୭/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ବଡ ସାଉଁଳ  କଳିଙ୍ଗ ପାହାଡ଼ ଗଭୀର ଖଣି ରେ ଗତ ୮ତାରିଖ ଦିନ ଛାତ୍ର ବୁଡିଯିବା ଘଟଣା କୁ ଚାରି ଦିନ ହେଲାଣି। ତଥାପି ଉଦ୍ଧାର କରାଯାଇ ପାରିନାହିଁ।ଏ ନେଇ ଆଜି ଘଟଣା ସ୍ଥଳ କୁ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଯାଇ ସମୀକ୍ଷା କରିବା ସହିତ ଉଦ୍ଧାର ରେ ସାମିଲ ଅଧିକାରୀ ଙ୍କ ସହିତ ଆଲୋଚନା କରିଛନ୍ତି।ଆଜି ସର୍ଚ୍ଚ ଅପରେସନ ରେ ସାମିଲ ହୋଇଛନ୍ତି ଏନ୍ ଡି ଆର ଏଫ୍ ଟିମ୍ । ଅଗ୍ନିଶମ ବାହିନୀ, ନାଭାଲ ଟିମ୍, ଓଡରଫ୍ଟ୍ ଟିମ୍ ସମେତ ରାଉରକେଲା ଏନ୍ ଆଇ ଟି ଟିମ୍ ଲାଗିଛନ୍ତି। ସମସ୍ତ ବୈଷୟିକ ଜ୍ଞାନ କୌଶଳ କୁ ଲଗାଯାଇଛି। ଉନ୍ନତ ମାନର କ୍ୟାମେରା, ରୋବଟ ର ସହାୟତା ବି ନିଆଯାଇଛି। ରୋବୋର୍ଟ ୩୦୦ ଫୁଟ ଗଭୀର ଜଳରାଶିରେ ସର୍ଚ୍ଚ ଅପରେସନ କରୁଛି। ସବୁ ଟିମ୍ ମିଶାଇ ଏକ୍ସପୋର୍ଟ ବୁଡାଳୀ ସହ ପ୍ରାୟ ୫୦ଜଣ ରୁ ଉର୍ଦ୍ଧ କର୍ମଚାରୀ ନିୟୋଜିତ ଅଛନ୍ତି। ୮୦ଘଣ୍ଟା ବିତିଲା। ତଥାପି ଛାତ୍ର ଓମ୍ ପ୍ରକାଶ ରଥ ର ପତା ମିଳୁନି। ଏହି ଖଣିର ଗଭୀର ପ୍ରାୟ ୩୦୦ଫୁଟ ହେବ। ଏବେ ବି ସର୍ଚ୍ଚ ଅପରେସନ ଚାଲୁ ରହିଛି । ସମସ୍ତ ଙ୍କ ପାଇଁ ନିଖୋଜ ଛାତ୍ର ଓମ୍ କୁ ଉଦ୍ଧାର କରିବା ଏକ ପ୍ରକାର ଚାଲେଞ୍ଜ ହୋଇପଡିଛି।ସେପଟେ ସଦର ଇନ୍ସପେକ୍ଟର କାହ୍ନୁ ଚରଣ ସ୍ୱାଇଁ ଙ୍କ ସହିତ ଖୋର୍ଦ୍ଧା ସହକାରୀ ଅଗ୍ନିଶମ ଅଧିକାରୀ ମୀନକେତନ ବେହେରା ,ଏସଡ଼ିପିଓ ଦିଲ୍ଲୀପ କୁମାର ଦାସ,ତହସିଲଦାର ବିଭାସ ପାଣିଗ୍ରାହୀ ସମସ୍ତେ ଉପସ୍ଥିତ ଥିବାବେଳେ ସନ୍ଧ୍ୟା ସୁଦ୍ଧା ପୁଅର କୌଣସି ଖୋଜ ଖବର ନ ମିଳିବାରୁ ପରିବାର ବର୍ଗ ଏବେ ହତାଶ ହୋଇଥିବା ବେଳେ ପୁଅ ର ମା ର ଆଖିରୁ ଲୁହ ଶୁଖୁନି। ଆଗକୁ କଣ କରାଯିବ ସେ ନେଇ ବିଚାର ବିମର୍ଶ ଚାଲିଛି।  ପୁଣି କାଲି ରୋବଟ ପାଣିରେ ସଚ୍ଚ କରିବା ର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *