କୁମୁଡାହାଟ ମେଲଣ ଉଦଯାପିତ-

ଆଦିବାସୀ ବସ୍ତିରେ ଭୋଗଲାଗି ପରେ ପ୍ରଭୁଙ୍କ ଘର ବାହୁଡା
ମାହାଙ୍ଗା ୧୪/୦୩/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )-ବିରୂପା-ଗେଙ୍ଗୁଟି ଦ୍ବୀପାଞ୍ଚଳ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତର ପ୍ରସିଦ୍ଧ କୁମୁଡାହାଟ ମେଲଣ ବେଶ ଆନନ୍ଦ ଉଲ୍ଲାସର ସହିତ ଉଦଯାପିତ ହୋଇଯାଇଛି ।


ମେଲଣ କମିଟିର ସଭାପତି ଅଖିଳେଶ ପଦ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି ସାଂସ୍କୃତିକ ଉତ୍ସବରେ କଲ୍ୟାଣପୁର ଗ୍ରାମର ଗାଦି ବିମାନକୁ ନିମନ୍ତ୍ରଣ କରାଯାଇଥିବା ବେଳେ ବିମାନରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ଏବଂ ପ୍ରଭୁ ବାଲକୃଷ୍ଣଙ୍କ ବିଗ୍ରହ ବିରାଜିତ ହୋଇଥିଲେ । ସେହିପରି ହଂସଦିଆ ଗ୍ରାମରୁ ନାରାୟଣ କରଙ୍କ ନେତୃତ୍ୱରେ ଆସିଥିବା ବିମାନରେ ଶ୍ରୀଶ୍ରୀ ବୃନ୍ଦାବନ ଚନ୍ଦ୍ର ଦେବଙ୍କ ବିଗ୍ରହ ବିରାଜିତ ହୋଇଥିଲେ ।

କଲ୍ୟାଣପୁର ସପନେଶ୍ୱର ମହାଦେବଙ୍କ ପୀଠରୁ ବାହାରିଥିବା ବିମାନକୁ ବାଜା, ବାଣ, ରୋଷଣୀ ଏବଂ ଲଉଡ଼ି ନୃତ୍ୟ ଓ ସଂଗୀତର ତାଳେତାଳେ ବିଭିନ୍ନ ସାହି ବସ୍ତି ଦେଇ ମେଲଣ ସ୍ଥଳୀଙ୍କୁ ପାଛୋଟି ନିଆଯାଇଥିଲା । ଅନ୍ୟ ପକ୍ଷରେ ହଂସଦିଆ ତାରିଣୀ ମନ୍ଦିର ଛକରୁ ଶ୍ରୀ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଦେବଙ୍କ ବିମାନଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ମେଲଣ ସ୍ଥଳୀଙ୍କୁ ପାଛୋଟି ନିଆଯାଇଥିଲା ।

କୁମୁଡାହାଟ ମେଲଣ ବହୁ ପ୍ରାଚୀନ ମେଲଣ ଭାବେ ଜଣାଶୁଣା । ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ମୁରବୀ ମାନେ ଶହଶହ ବର୍ଷ ତଳୁ ଏହି ମେଲଣ ଆୟୋଜନ କରିଆସୁଛନ୍ତି । କୁମୁଡା ହାଟରୁ ବିମାନ ଗୁଡିକ ମେଲାଣି ନେବା ପରେ ସ୍ଥାନୀୟ ଆଦିବାସୀ ବସ୍ତିରେ ପହଂଚି ଥିଲେ । ଏହି ବସ୍ତିରେ ରହୁଥିବା ଆଦିମ ଜନ ଜାତିର ପରିବାର ପକ୍ଷରୁ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରାଯିବାର ପରମ୍ପରା ଏହି ମେଲଣର ବିଶେଷତ୍ୱ ବୋଲି କୁହାଯାଏ ।

ଚଳିତ ବର୍ଷର ମେଲଣ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ କୁହୁଣ୍ଡା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ କୁମାର ପ୍ରଧାନ, ଇଞ୍ଜିନିଅର ପ୍ରଫୁଲ୍ଲ କୁମାର ବେହେରା,ଯୁବ ସମାଜସେବୀ ବିଭୁତି ଭୂଷଣ ଦାସ,ସଂଖ୍ୟାଲଘୁ ସଂଗଠକ ଅଫସର ତୁଲ୍ଲା,କେଦାରେଶ୍ୱର ପୁହାଣ,ବିହାର ବିହାରୀ ପଣ୍ଡା,ବସନ୍ତ ଦାଶ,ଶିବ ପ୍ରସାଦ ବେହେରା,ଘନଶ୍ୟାମ ବେହେରା, ଯଦୁନାଥ ବେହେରା, ତୁଷାରକାନ୍ତ ମହାନ୍ତି,ପ୍ରଦୀପ ପଲେଇ, ପ୍ରଣବ ବେହେରା,ପବିତ୍ର ପଣ୍ଡା,ରମେଶ ବେହେରା,ସୁଶାନ୍ତ ପଲେଇ, ଲକ୍ଷ୍ମୀଧର ବେହେରା, ପ୍ରଦୀପ୍ତ ବେହେରା, ଅବିନାଶ ପଣ୍ଡା, ସତ୍ୟରଞ୍ଜନ ଦାସ, ସୌମ୍ୟ ରଞ୍ଜନ ବାରିକ, ମନୋଜ ଦାସ,ରାକେଶ ବିଶ୍ୱାଳ, ଅଜୟ ପୁହାଣ,ସରୋଜ ଦାସ,ଦିଲ୍ଲୀପ ବାରିକ,ହେମନ୍ତ ବେହେରା, ଅପର୍ତ୍ତି ବେହେରା, ପ୍ରକାଶ ପଲେଇ,ଗଣେଶ ବିହାରୀ,ଚନ୍ଦନ ବେହେରା,ରଞ୍ଜନ ବେହେରା, ତ୍ରିଲୋଚନ ସାହୁ, କାହ୍ନୁ ଚରଣ ସାହୁ, ଧୀରେନ୍ଦ୍ର ସାହୁ,ହିମାଂଶୁ ବେହେରା, ବଟକୃଷ୍ଣ ନାୟକ,ସୌମ୍ୟ ରଞ୍ଜନ ଦାସ,ମୁକ୍ତିରଞ୍ଜନ ସାହୁ, ଗଣେଶ୍ୱର ପାଣି,ନିରଞ୍ଜନ ଦାସ, ସୁଦାମ ପଲେଇ,ସୁଧୀର ମହାନ୍ତି, ଭାଗ୍ୟଧର ମହାନ୍ତି,ବିନୋଦ ବେହେରା, ବିକ୍ରମ ବେହେରା, ଭାସ୍କର ସାହୁ, କ୍ଷୀରୋଦ ଦାଶ, ଶ୍ରୀଧର ଦାସ, ମୁନ୍ନା ବେହେରା, ବିପ୍ଳବ ବେହେରା ପ୍ରମୁଖ କମିଟିର ସଦସ୍ୟ ମାନେ ମେଲଣ ପରିଚାଳନାରେ ସହଯୋଗ କରିଥିଲେ ।
ମୂଳବସନ୍ତ, କୁହୁଣ୍ଡା, ଜଳସରପୁର,ଶ୍ରୀକୃଷ୍ଣପୁର, କୁଣ୍ଡି,ସାହାପୁର,ବାସୁଦେବପୁର,କୋଳିଅଠା ଆଦି ବିଭିନ୍ନ ପଞ୍ଚାୟତରୁ ବହୁ ଶ୍ରଦ୍ଧାଳୁ ଏହି ଉତ୍ସବରେ ଯୋଗଦେଇଥିବା ବେଳେ ରଙ୍ଗ ଅବିର ବୋଳି ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *