ଇଂରାଜୀ ଶିକ୍ଷାକୁ ବୋଧଗମ୍ୟ କରିବା ପାଇଁ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ବ୍ଲକ୍ ସ୍ତରୀୟ କର୍ମଶାଳା 

ଗରଦପୁର, ୨୮/୦୨/୨୦୨୪ (ଓଡ଼ିଶା ସମାଚାର)- ଇଂରାଜୀ ବିଷୟବସ୍ତୁକୁ ବୋଧଗମ୍ୟ ଓ ସମୃଦ୍ଧ କରିବା ପାଇଁ ବ୍ଳକ୍ ସ୍ତରୀୟ ଶିକ୍ଷୟ/ଶିକ୍ଷୟତ୍ରୀମାନଙ୍କ ଦୁଇ ଦିନିଆ କର୍ମଶାଳା ଉଦଯାପିତ ହୋଇଯାଇଛି । ଗରଦପୁର ବ୍ଲକ୍ ଅନ୍ତର୍ଗତ ବେଡାରୀ ପଂଚାୟତର ହରିଦାସପୁରସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରକୁ ଗରଦପୁର ବ୍ଲକ୍ ର ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ମନୋରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିଲେ । ଏହି କର୍ମଶାଳାରେ ଗରଦପୁର ବ୍ଳକ୍ର ୩୨ଗୋଟି ବିଦ୍ୟାଳୟର ୫୦ରୁ ଉଦ୍ଧ୍ୱର୍ ଇଂରାଜୀ ଶିକ୍ଷକ/ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ଇଂରାଜୀ ବିଷୟବସ୍ତୁରେ ଥିବା ସମସ୍ୟାକରଣ ଓ ସମାଧାନ ସମ୍ପର୍କରେ କର୍ମଶାଳାରେ ଆଲୋଚନା କରାଯାଇଥିଲା । ପ୍ରଶିକ୍ଷଣ ନେଉଥିବା ଶିକ୍ଷକ/ଶିକ୍ଷୟତ୍ରୀମାନେ ସମ୍ପୃକ୍ତ ବିଦ୍ୟାଳୟର ୪ର୍ଥରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସହଜରେ ବୋଧଗମ୍ୟ ହେବା ଭଳି ଇଂରାଜୀ ଶିକ୍ଷା ପ୍ରଦାନ କରି ପାରିବେ ବୋଲି ଲକ୍ଷ୍ୟ ନେଇ ପ୍ରଶାସନଙ୍କ ପକ୍ଷରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଜଣାଯାଇଛି । ଏହି କର୍ମଶାଳାରେ ପ୍ରଶିକ୍ଷକ ଭାବରେ ବରିଷ୍ଠ ଶିକ୍ଷକ ରତ୍ନାକର ମାହାଳି, ରଞ୍ଜନ କୁମାର ମହାନ୍ତି, ପ୍ରଶାନ୍ତ କୁମାର ପ୍ରଧାନ ଓ ରବିନ୍ଦ୍ର କୁମାର ନାୟକ ଉପସ୍ଥିତ ରହି ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଜତ୍ କୁମାର ମହାନ୍ତିଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ଏହି କର୍ମଶାଳା ଆଜି ଉଦଯାପିତ ହୋଇ ଯାଇଛି ।

Leave a Reply

Your email address will not be published. Required fields are marked *