ନୂଆବର୍ଷ ରାତିରେ ସଡ଼କ ଦୁର୍ଘଟଣାରେ ସାମ୍ବାଦିକଙ୍କ ମୃତ୍ୟୁ, ଶୋକର ଛାୟା

କଟକ ସଦର ,୦୨/୦୧/୨୦୨ ୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କନ୍ଦରପୁର-ପାରାଦୀପ ରାଜ୍ୟ ରାଜପଥର କିଶନନଗର ଥାନା ଅନ୍ତର୍ଗତ କମରପଦା ଵଜାର ଠାରେ ଗତକାଲି ସୋମବାର ନୂଆବର୍ଷ ବିଳମ୍ବିତ ରାତିରେ ଏକ ଦୂର୍ଘଟଣାରେ ଜନୈକ ସାମ୍ବାଦିକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ପ୍ରକାଶ ଯେ ଏକ ଟ୍ରକ ରାସ୍ତାକୁ ମାଡ଼ି ଠିଆ ହୋଇରହିଥିବା ଵେଳେ ତିର୍ତ୍ତୋଲରୁ ବାଇକ୍ ଯୋଗେ କୈ।ଣସି ଜରୁରୀ କାର୍ୟ୍ୟରେ ଯାଉଥିବା ତିର୍ତୋଲ ଅଂଚଳର ସାମ୍ବାଦିକ ପ୍ରମୋଦ ଦାସ କୁହୁଡି ଯୋଗୁଁ ଜାଣିନପାରି ଟ୍ରକ ପଛରେ ଜୋରରେ ପିଟି ହୋଇଥିଲେ। ଏଥିରେ ମଟର ସାଇକେଲ ଟି ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଵେଳେ ଗୁରୁତର ଆହାତ ପ୍ରମୋଦଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରମୋଦଙ୍କର ମୃତ୍ୟୁ ଘଟିଥିବା ଆଜି ମଙ୍ଗଳବାର ସକାଳୁ ଜଣାପଡିଛି। ପ୍ରମୋଦ ଙ୍କ ଅକାଳ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି  ।

Leave a Reply

Your email address will not be published. Required fields are marked *