ଜୁନ୍ ୧୭ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ, ୧୮ ତାରିଖରୁ ପାଠପଢା ଆରମ୍ଭ

             ୧୭ ତାରିଖ ଦିନ ଜିଲ୍ଲା ପ୍ରକଳ୍ପ ଅଧିକାରୀ , ଡିଇଓ ଓ ବ୍ଲକ ଶିକ୍ଷା ଅଧିକାରୀ ବିଦ୍ୟାଳୟ ବୁଲି ସ୍ଥିତି ପରଖିବେ

ଭୁବନେଶ୍ଵର,୦୯/୬/୨୦୨୪ (ଓଡ଼ିଶା ସମାଚାର)- ଚଳିତବର୍ଷ ଏପ୍ରିଲ ୨୫ ତାରିଖରୁ ଖରା ଛୁଟି ଆରମ୍ଭ ହୋଇଥିଲା।  ଗ୍ରୀଷ୍ମ ଅବକାଶ ପାଇଁ ବିଦ୍ୟାଳୟ ଗୁଡିକ ବନ୍ଦ ରହିଛି। ତେବେ ଆସନ୍ତା ଜୁନ୍ ୧୭ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। ଏ ନେଇ ସପ୍ତାହେ ପୂର୍ବରୁ ପ୍ରସ୍ତୁତି କରାଯିବ। ଶ୍ରେଣୀ ଗୃହରୁ ନେଇ ଶୌଚାଳୟ ସବୁକୁ ପରିଷ୍କାର କରାଯିବ। ଏ ନେଇ ସମସ୍ତ ଡିଇଓଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦେଶ ଦେଇଛି। ଶ୍ରେଣୀ ଗୃହ , କ୍ୟାମ୍ପସ ସଫା କରିବା ସହ ସ୍କୁଲ ପରିସରରେ ଥିବା ଅନାବନା ଗଛ ସବୁକୁ କଟାଯିବ। ଏପରିକି ମଧ୍ୟାହ୍ନ ଭୋଜନ ସାମଗ୍ରୀ ଏବଂ ପାନୀୟ ଜଳକୁ ମଧ୍ୟ ଗୁରୁତ୍ଵ ଦିଆଯିବ। ସ୍କୁଲ ଖୋଲିବାର ଦିନକ ପୂର୍ବରୁ ପାଚିକା ଏବଂ ସହାୟିକା ଆସିବେ। ୧୭ ତାରିଖରେ ସ୍କୁଲ ଖୋଲିବ କିନ୍ତୁ ସେଦିନ ପାଠପଢା ହେବନାହିଁ। ୧୮ ତାରିଖରୁ ପାଠପଢା ଆରମ୍ଭ ହେବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ୧୭ ତାରିଖ ଦିନ ଜିଲ୍ଲା ପ୍ରକଳ୍ପ ଅଧିକାରୀ , ଡିଇଓ ଓ ବ୍ଲକ ଶିକ୍ଷା ଅଧିକାରୀ ବିଦ୍ୟାଳୟ ବୁଲି ସ୍ଥିତି ପରଖିବେ।

ବିଭାଗର ବାର୍ଷିକ କ୍ୟାଲେଣ୍ଡର ଅନୁଯାୟୀ ଆସନ୍ତା ୧୭ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟ ଖୋଲିବାର କାର୍ଯ୍ୟକ୍ରମ ଥିବାବେଳେ ଏହି ଦିନ ବକ୍ରିଇଦ୍ ଥିବାରୁ ଜୁନ୍ ୧୮ରୁ ସ୍କୁଲ୍ ଖୋଲିବ। ବିଦ୍ୟାଳୟ ଖୋଲିବାକୁ ଆଉ ମାତ୍ର ୧୧ଦିନ ଥିବାବେଳେ ଏନେଇ ସମୀକ୍ଷା ସରିଛି। ସ୍କୁଲ ଖୋଲିବାର ସପ୍ତାହେ ପୂର୍ବରୁ ସମସ୍ତ ଶ୍ରେଣୀଗୃହ ଓ କ୍ୟାମ୍ପସକୁ ସଫାସୁତୁରା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପାଣି ଟାଙ୍କି ସଫା କରିବା, ଶ୍ରେଣୀଗୃହର ଆସବାବପତ୍ର ସଫା କରି ଠିକ୍‌ ଭାବେ ସଜାଇବା ଓ ଶୌଚାଳୟକୁ ବ୍ୟବହାର ଉପଯୋଗୀ କରିବାକୁ କହିଛନ୍ତି। ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘର, ଗ୍ୟାସ୍‌ ଚୁଲା ପରି ଆନୁଷଙ୍ଗିକ ପ୍ରସ୍ତୁତି କରିବା, ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ ସହ ଇଣ୍ଟରନେଟ୍‌ ସଂଯୋଗ ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲା ଶିକ୍ଷାଧିକରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟ ଖୋଲିବାର ଦିନକ ପୂର୍ବରୁ ଅର୍ଥାତ୍‌ ୧୭ତାରିଖ ଦିନ ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀଙ୍କ ସମେତ ରୋଷେୟା ଓ ସହାୟକ କାର୍ଯ୍ୟରେ ଯୋଗଦେବେ। ସ୍କୁଲରେ ସ୍ବଚ୍ଛତା ନେଇ ସମସ୍ତ କାର୍ଯ୍ୟ ହୋଇଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ୧୭ ତାରିଖରେ ଜିଲ୍ଲା ଏବଂ ରାଜ୍ୟ ଯାଞ୍ଚ ଟିମ୍‌ ସ୍କୁଲ ପରିଦର୍ଶନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟ ଗୁଡ଼ିକ ଖୋଲିବାକୁ ଥିବାରୁ ଏହା ପୂର୍ବରୁ ସ୍ୱଚ୍ଛତା ସୁନିଶ୍ଚିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଆସନ୍ତା ୧୮ ତାରିଖରେ ସ୍କୁଲ୍‍ ଖୋଲୁଥିବାରୁ ଏହାର ଏକସପ୍ତାହ ପୂର୍ବରୁ ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚମାଧ୍ୟମିକ, ଉଚ୍ଚପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ଶ୍ରେଣୀଗୃହ ଓ ପରିସରକୁ ସଫା କରିବା ସହ ଆସବାବପତ୍ର ଓ ପାଣିଟାଙ୍କି ସଫା କରିବା ଉପରେ ବିଭାଗ ଗୁରୁତ୍ୱ ପ୍ରଦାନ କରିଛି ।

ସେହିଭଳି ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ନିମନ୍ତେ ରୋଷେଇଘର ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟ ସୁନିଶ୍ଚିତ କରିବା ଲାଗି ବିଦ୍ୟାଳୟ ଖୋଲିବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‍ ୧୭ତାରିଖରେ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ବିଦ୍ୟାଳୟ ଆସିବା ନେଇ ବାଧ୍ୟତାମୂଳକ କରାଯାଇଛି ।

Leave a Reply

Your email address will not be published. Required fields are marked *