କଟକ ସଦର,୨୮/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ପୂର୍ବାଞ୍ଚଳର ପ୍ରାଚୀନ ଶୈବକ୍ଷେତ୍ର ପରମହଂସନାଥଙ୍କ ପୀଠରେ ଆସନ୍ତା ୮ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ଜାଗର ଯାତ୍ରା ଉପଲକ୍ଷେ ଆଜି ବୁଧବାର ଦିନ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ସୁରକ୍ଷା ସମିତି ସଭାପତି ପ୍ରଫୁଲ୍ଲ ସିଂହ ଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଯାତ୍ରା ୪ ଦିନ ଧରି ଚାଲିବାକୁ ଥିବାରୁ ପ୍ରଵଳ ଜନସମାଗମ କୁ ଦୃଷ୍ଟିରେ ରଖି ସମସ୍ତ ଲାଇନ ବିଭାଗ ସହିତ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିଵାକୁ ବୈଠକରେ ନିଷ୍ପତି ନିଆଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା, କଟକ ସଦର ଵିଡିଓ ରୁମନା ଜାଫ୍ରି, କନ୍ଦରପୁର ଥାନାଧିକାରୀ ରାଧାକାନ୍ତ ସାହୁ, ମନ୍ଦିର ସମିତି ସଂପାଦକ ଶରତ ରଥ,ପୁଷ୍ପରାଜ ପ୍ରଧାନ,ସାଧୁ ଚରଣ ପଣ୍ଡା, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, ସରପଞ୍ଚ ଅଶୋକ ପାତ୍ର, ପ୍ରମୋଦ ମହାପାତ୍ର,ସମର ବେହେରା, ରଜନୀ କାନ୍ତ ସାହୁ, ବିଭୁତି ଭୁଷଣ ପରିଡ଼ା, ଲକ୍ଷ୍ମୀଧର ରାଉତ, ସନ୍ତୋଷ ରଥ, ମନ୍ଦିର କାର୍ଯ୍ୟନିର୍ବାହୀ ପ୍ରସନ୍ନ ମଲ୍ଲ,ଜୈ।ତିରଞ୍ଜନ ନାୟକ, ଦୈତାରି ବେହେରା ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।