କୃଷକ ସଚେତନତା ଶିବିର  

ଗରଦପୁର, ୨୮/୦୨/୨୦୨୪ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର,ବେଡାରୀ ଓ ପାଟକୁରା ପଂଚାୟତରେ କୃଷକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ‘ଶାନ୍ତି ମୈତ୍ରୀ’ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଶିବିରରେ ଗରଦପୁର ବ୍ଳକ୍ ର ବ୍ଲକ୍ କୃଷି ଅଧିକାରୀ ଡଃ.ଗୌତମ ଦାସ, ଗରଦପୁର ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ,ପଦ୍ମପୁର ସରପଂଚ ଶ୍ରୀମତୀ ଅନସୂୟା ବେହେରା, ‘ମୈତ୍ରୀ’ କୃଷକ ସଂଗଠନର ସଭାପତି ମଂଟୁ ମହାନ୍ତି,‘ଶାନ୍ତି ମୈତ୍ରୀ’ସ୍ୱେଛାସେବୀ ଅନୁଷ୍ଠାନର କାର୍ଯ୍ୟକ୍ରମ ପରିଚାଳକ ପ୍ରଦୀପ୍ କୁମାର ବେହେରା, କୃଷକ ସାଥୀ ରବିନ୍ଦ୍ର କୁମାର ପରିଡା ପ୍ରମୁଖ ଉପସ୍ଥିତ ରହି କୃଷକମାନେ ରବି ଫସଲ ଚାଷ କରିଥିବା ମୁଗ ଓ ବିରି ଫସଲରେ ରୋଗପୋକ ଲାଗୁଥିବା ଓ ଏଥି ପାଇଁ ଆବଶ୍ୟକ କୀଟନାଶକ ଔଷଧ ପ୍ରୟୋଗ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ଯେଉଁ କୃଷକମାନେ ବ୍ଳକ୍ ରୁ ମୁଗ ଓ ବିରି ବିହନ ନେଇ ଚାଷ କରିଛନ୍ତି,ସେମାନେ ବାହାର ବଜାରରୁ କ୍ରୟ କରି କୀଟନାଶକ ଔଷଧ ଫସଲରେ ପ୍ରୟୋଗ କରିଥିଲେ,ଆବଶ୍ୟକ ବିଲ୍ ଦର୍ଶାଇ କୃଷି କାର୍ଯ୍ୟାଳୟରୁ ଅର୍ଥ ପାଇ ପାରିବେ ବୋଲି ପରାମର୍ଶ  ଦିଆଯାଇଥିଲା । ସେହିପରି ବେଡାରୀ ପଂଚାୟତର କୂଳତୁଠୀ ଶିବ ମନ୍ଦିର ପରିସର ଓ ପାଟକୁରା ପଂଚାୟତର ପଣସୁଆପଡାସ୍ଥିତ ବଟମହାପୁରୁଷ ପରିସର ଓ ମଦନାସ୍ଥିତ ‘ସୀତା’ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ଅଂଚଳର କୃଷକମାନଙ୍କୁ ନେଇ କୃଷକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବରରେ ବ୍ଲକ୍ କୃଷି ଅଧିକାରୀ ଡଃ. ଦାସଙ୍କ ସମେତ ‘ଶାନ୍ତି ମୈତ୍ରୀ’ ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତା ଓ ‘ମୈତ୍ରୀ’ କୃଷକ ସଂଗଠନର ସଭାପତି ଶ୍ରୀ ମହାନ୍ତି ଉପସ୍ଥିତ ରହି କୃଷକମାନଙ୍କ ବିଭିନ୍ନ କୃଷି କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *