ବାରଙ୍ଗ,୨୬/୦୯/୨୦୨୫(ଓଡ଼ିଶା ସମାଚାର)- ବାରଙ୍ଗ କୁଞ୍ଜ ବିହାରୀ ମହାବିଦ୍ୟାଳୟ ତରଫରୁ ସ୍ୱଛତା ହିଁ ସେବା ପର୍ବ ଶ୍ରୀବନ୍ତପୁର ଗ୍ରାମ ପଂଚାୟତସ୍ଥ କଂଟାପାଟଣା ଗ୍ରାମରେ ପାଳିତ ହୋଇଯାଇଛି ।
ପ୍ରଧାନମନ୍ତ୍ରୀ ଜନ୍ମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏହି ସ୍ୱଛତା ସଚେତନତା କାର୍ଯ୍ୟକ୍ରମରେ ଜିଲା ପରିଷଦ ସଦସ୍ୟ ତଥା ବାଙ୍କୀର ବରିଷ୍ଠ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତୀ, ଅଧ୍ୟକ୍ଷ ସେକ ମୈଉଁଦିନ, ଅଧ୍ୟାପକ କିଶୋର ସାହୁ, ସୁରେନ୍ଦ୍ର ସାହୁ, ଧନେଶ୍ୱର ସେଠି, ବିଜୟ ଦଳାଇ, ଆଶୁତୋଷ ଆଚାର୍ଯ୍ୟ, ପ୍ରଶନ ସାହୁ, ଦେବପ୍ରକାଶ ପାତ୍ର, ଗିରିଜା ଶଙ୍କର ନାୟକ, ଅଧ୍ୟାପିକା ପ୍ରଣମିତା ପତି, ସୁସ୍ମିତା ତ୍ରିପାଠୀ, ପ୍ରଜ୍ଞା ପାରମିତା ସେଠି, ସେଲିନା ତରାଇ ପ୍ରମୁଖ ପରିଚାଳନା କରିଥିଲେ ।
ଛାତ୍ରୀଛାତ୍ରମାନେ ଗ୍ରାମ ସଫେଇ କରିବା ସହିତ ଗ୍ରାମ ପରିକ୍ରମା କରି ସ୍ୱଛତାର ବାର୍ତା ଦେଇଥିଲେ । କଂଟାପାଟଣା ଗ୍ରାମବାସୀ, ଯୁବକ ଓ ମୁରବୀ ସୁରେନ୍ଦ୍ର ସାହୁ ପ୍ରମୁଖ ଉତ୍ସାହର ସହିତ ସହଯୋଗ କରିଥିଲେ ।
