ଖୋର୍ଦ୍ଧା,୨୮/୦୨/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ବଡ଼ପୋଖରିଆ ରେ ଥିବା ଭୀମରାଜ ଏକ୍ସପୋର୍ଟ କମ୍ପାନୀର ଜଣେ କର୍ମଚାରୀ ଙ୍କୁ ମାଡ଼ ମାରିବା ଓ କମ୍ପାନୀକୁ ଯିବା ରାସ୍ତାକୁ ଗାତ ଖୋଳି ଅବରୋଧ କରିଥିବା ଲିଖିତ ଅଭିଯୋଗ ରେ ଆଜି ନିରାକାରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି। ସୂଚନାଯୋଗ୍ୟ କି କମ୍ପାନୀର ମ୍ୟାନେଜର ରାକେଶ ରାଉତରାୟଙ୍କ ଲିଖିତ ଅଭିଯୋଗରେ ତାଙ୍କୁ ଗ୍ରାମର ବିନାୟକ ଜେନା ମାଡ଼ ମାରିବା ସହିତ କମ୍ପାନୀର ଯାତାୟାତ କରିବା ରାସ୍ତାକୁ ଖୋଳି ଅବରୋଧ କରିଥିବା ନେଇ ଅଭିଯୋଗ ପାଇ ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୋଲିସ ବିନାୟକ ଜେନାଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ବେଳେ କେସ ନଂ ୬୧/୨୪ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି ବୋଲି ଆଇଆଇସି ବିଶ୍ୱଜିତ୍ ରାଉତରାୟ ସୂଚନା ପ୍ରଦାନ କରିଛନ୍ତି।
କର୍ମଚାରୀଙ୍କୁ ଧମକ ଓ ରାସ୍ତା ବନ୍ଦ ଅଭିଯୋଗ : ପୋଲିସ ଜଣକୁ ଗିରଫ କଲା
