ରାଜ୍ୟସ୍ତରୀୟ ମାତୃ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର,୦୪/୦୩/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ଓମେନ୍ସ’ ନାରୀ ସଂଗଠନ ପକ୍ଷରୁ ୨ ଦିନିଆ ରାଜ୍ୟସ୍ତରୀୟ ମାତୃ ସମ୍ମିଳନୀ ଶ୍ରୀମତୀ ସରୋଜିନୀ ମହାନ୍ତିଙ୍କ ସଭାପତିତ୍ୱ ଓ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ କରକମଳରେ ସାମ୍ବାଦିକ ଭବନ, ମାଷ୍ଟରକ୍ୟାଣ୍ଟିନ୍ ଠାରେ ଉଦଘାଟିତ ହୋଇଯାଇଛି ।

ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ଚିକିତ୍ସକ ଡା. ବିଶ୍ୱନାଥ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଂଯୋଜକ ଇଂ କୃଷ୍ଣପ୍ରସାଦ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଉଦଘାଟକ ଓ ମୁଖ୍ୟ ଅତିଥି ଶ୍ରୀମତୀ ପାଢ଼ୀ ପୌରାଣିକ ଯୁଗରୁ ମା’ ସୁଭଦ୍ରାଙ୍କ ଠାରୁ ଆରମ୍ଭ କରି ସ୍ୱାଧିନତା ସମୟରେ ଝାନ୍ସୀରାଣୀ ଲକ୍ଷ୍ମୀବାଈ, ଶାରଳା ଦେବୀ, ରମା ଦେବୀ ଆଦିଙ୍କ ଭୂମିକା, ଆଧୁନିକ ଭାରତରେ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କର ରାଷ୍ଟ୍ର ପାଇଁ ଅବଦାନର ସ୍ମରଣ କରିଥିଲେ । ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧକୁ ରକ୍ଷା କରି ମହିଳାମାନେ ରାଷ୍ଟ୍ର ଗଠନରେ ବ୍ରତୀ ହେବା ପାଇଁ ଆହ୍ୱାନ ଦେଇଥିଲେ ।


କାର୍ଯ୍ୟକ୍ରମର ଦ୍ୱିତୀୟାର୍ଦ୍ଧରେ ସୁକିନ୍ଦା ବ୍ଲକର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଭଗବତୀ ମହନ୍ତ, ଶ୍ରୀମତୀ କବିତା ବାରିକ, ଶ୍ରୀମତୀ ଅହଲ୍ୟା ମଲ୍ଲିକ, ଡ. ସୁଚିତା ରାଉତ, ଶ୍ରୀମତୀ ଜୟଶ୍ରୀ ଜେନା, ଶ୍ରୀମତୀ ଜାମ୍ବୋବତୀ ଭୋଇ, ଆ•ର୍ଯ୍ୟ ସୁଚେତା ଗୁପ୍ତା, ଶ୍ରୀ ସୁରଜ ମହାକୁଡ଼ ଆଦି ଗଣ୍ୟମାନ୍ୟ ବ୍ୟକ୍ତିଗଣ ସଭାକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିଳା ସଂକୀର୍ତନ ମଣ୍ଡଳୀକୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଶିଶୁ ପ୍ରତିଭା ବିପ୍ସା ସୋନାଲି, ସୁସାହିତି୍ୟକା ଶ୍ରୀମତୀ ଅଞ୍ଜନା ଜେନା, ଆଦର୍ଶ ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ, ସମାଜସେବୀ ମଧୁସ୍ମିତା ମହାନ୍ତି, ବରିଷ୍ଠ ସାମ୍ବାଦିକ ଶରତ କୁମାର ପରିଡ଼ାଙ୍କ ଭଳି କୃତି ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିବାରୁ ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ସରୋଜିନୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *