ଶିକ୍ଷାବିତ ଡ଼ଃ ଭାବଗ୍ରାହୀ ରାଉତଙ୍କ ୬୫ ତମ ସ୍ଵନକ୍ଷତ୍ର ଦିବସ ପାଳିତ 

ମାହାଙ୍ଗା,୨୧/୦୪/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା)-ବିଶିଷ୍ଟ ଶିକ୍ଷାବିତ,ସାରସ୍ୱତ ସଂଗଠକ ଡ଼ଃ ଭାବଗ୍ରାହୀ ରାଉତଙ୍କ ୬୫ ତମ ସ୍ଵନକ୍ଷତ୍ର ଦିବସ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବରାହୀପୁର ଠାରେ ପାଳିତ ହୋଇଯାଇଛି । ସାହିତ୍ୟିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବହୁ କବି, ସାହିତ୍ୟିକ , ବୁଦ୍ଧିଜୀବୀ,ଶିକ୍ଷାବିତ ତଥା ସାମ୍ବାଦିକ ମାନେ ଯୋଗଦେଇଥିଲେ । ସାମ୍ବାଦିକ ଉମାଶଙ୍କର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।  ସାହିତ୍ୟିକ ତଥା ଶିକ୍ଷାବିତ ବ୍ରଜ ସୁନ୍ଦର ନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ ।

 ଶିକ୍ଷାବିତ ବିପିନି ବିହାରୀ କର,ସୁଲେଖିକା ବିଦ୍ୟୁଲତା ପ୍ରଧାନ, କବି ରାଜକିଶୋର ମିଶ୍ର, ଶିକ୍ଷାବିତ ନିଗମାନନ୍ଦ କର,ଶିକ୍ଷାବିତ ଚିତ୍ତରଞ୍ଜନ ରାଉତ,ପ୍ରାଧ୍ୟାପକ ଯତୀନ୍ଦ୍ର ରାଉତ,ପ୍ରାଧ୍ୟାପକ ଜନାର୍ଦନ ରାଉତ,ବିଦୂଷି ଲବଙ୍ଗଳତା ରାଉତ,ରସରାଜ ବୀର କିଶୋର ସ୍ୱାଇଁ,କବି ଗୌତମ ଚରଣ ଜେନା,ନଳିନୀକାନ୍ତ ନାୟକ, ବୈକୁଣ୍ଠ ନାଥ ପରିଡା,କବି ପ୍ରଶାନ୍ତ କୁମାର କର,ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଭାଗିରଥି ପ୍ରଧାନ, ସାମ୍ବାଦିକ ଧନେଶ୍ୱର ସେଠୀ, ବିଜୟ କୁଅଁର,କରୁଣାକର ମଲ୍ଲିକ,ସୁରଥ ରାଉତ,ହରିହର ବଳ, ଅବଦୁଲ ହମିଦ,ରାହୁଲ ମହାନ୍ତି, ଜୟଦେବ ପାତ୍ର,ପ୍ରତାପ ସାହୁ,ଆଇନୀଜୀବୀ ଆର୍ତ୍ତକିଶୋର ରାଉତ,ରବୀନ୍ଦ୍ର ପଣ୍ଡା,ଚିରଞ୍ଜୀବ ମହାନ୍ତି, ଶରତ ଚନ୍ଦ୍ର ରାଉତ,ଜିତେନ୍ଦ୍ର ସାହୁ,କୈଶୋର ଦାସ ପ୍ରମୁଖ ଡକ୍ଟର ରାଉତଙ୍କ ଜୀବନର ବହୁ ଅନାଲୋଚିତ ଦିଗ ଉପରେ ଆଲୋକପାତ କରିବା ଦେଖିବାକୁ ମିଳିଥିଲା ।

 ଏହି କାର୍ଯ୍ୟକ୍ରମକୁ ସାହିତ୍ୟ ଅନୁରାଗୀ ବାଣୀ ରାଉତ,ଅଧ୍ୟାପିକା ବନିତା ଭୂୟାଁ, ଶିକ୍ଷୟିତ୍ରୀ କାଜଲ ବିଶ୍ୱାଳ,ଆଇନଜୀବୀ ବିକାଶ ରାଉତ,ଉମାକାନ୍ତ ବେହେରା,ପ୍ରେମାନନ୍ଦ ରାଉତ ଓ ଅମୀୟ କୁମାର ଜେନା ପ୍ରମୁଖ ପରିଚାଳନା କରିଥିଲେ । ସାମ୍ବାଦିକ ଅକ୍ଷୟ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *