ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍ୱାମୀ ଓ ଝିଅଙ୍କ ଆଗରେ ଚାଲିଗଲା ମହିଳାଙ୍କ ଜୀବନ

କଟକ ସଦର , ୧୮/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ନୂଆଗାଁ ୫୫ ନମ୍ବର ଜାତୀୟ ରାଜପଥର ନୁଆ ଵଜାର ଠାରେ ଆଜି ରବିବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜନୈକା ମହିଳାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି। ପ୍ରକାଶ ଯେ କନ୍ଦରପୁର ଥାନା ଅନ୍ତର୍ଗତ କୋରପଦା ଗ୍ରାମର  ଭୁବନେଶ୍ୱରରେ ସିକୁରିଟି ଗାର୍ଡ ଥିବା ଜନୈକ ଦୀପକ ରାଉତ ସ୍କୁଟି ଯୋଗେ ପତ୍ନୀ ଓ ଛୋଟ ଝିଅକୁ ନେଇ ଘର କୋରପଦା କୁ ଆସୁଥିବା ବେଳେ ଦୂର୍ଘଟଣାର ଶୀକାର ହୋଇଥିଲେ।ଏକ ଟ୍ରକର ପଛ ଚକା ତଳେ ମହିଳା ଜଣକ ପଡିଯିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଘଟଣା ସ୍ଥଳରେ ଏସିପି କୃଷ୍ଣ ଚନ୍ଦ୍ର ସେଠୀ ପହଞ୍ଚି ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ବଡ଼ ଡ଼ାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛନ୍ତି।ଦୀପକଙ୍କ ପତ୍ନୀଙ୍କ ଶୋଚନୀୟ ମୃତ୍ୟୁ ଖଵର ପ୍ରସାରଣ ପରେ ସ୍ଥାନୀୟ କନ୍ଦରପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *