ବୋମା ବିସ୍ଫୋରଣ ଘଟି  ଜଣେ ମୃତ,   ଆଉ ଜଣେ ଗୁରୁତର ଆହତ

ଖୋର୍ଦ୍ଧା,୦୭/୦୪/୨୦୨୫ (ଓଡ଼ିଶା ସମାଚାର)-ସଦର ଥାନା ଅନ୍ତର୍ଗତ ଶଢ଼େଇଗଡ଼ ଗ୍ରାମରେ ବୋମା ବିସ୍ଫୋରଣ ଘଟି  ଜଣେ ବ୍ୟକ୍ତିଙ୍କର ମୃତ୍ୟୁ  ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ  ହୋଇଛନ୍ତି। ହୋଇଛି। ମୃତକ ଜଣକ ହେଲେ ସେହି ଗ୍ରାମର ନିରାକାର ସିଂ। ଆହତ ହେଲେ ବଣ୍ଟି ଅରିସଲ। ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ପରେ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି। ସେ ବୋମା ଅନ୍ୟ କେଉଁଠିକୁ ସ୍ଥାନାନ୍ତର ବେଳେ ଏପରି ବିସ୍ଫୋରଣ ଘଟିଛି  । ବୋମା ବିସ୍ଫୋରଣ ର କାରଣ ଅସ୍ପଷ୍ଟ ରହିଛି। ଏକ ବାଇକରେ ବୋମା ନେଇ ଯିବାବେଳେ ଦୁର୍ଘଟଣା ଘଟି ବୋମା ବିସ୍ପୋରଣ ହୋଇଥିବା ସୂଚନା ମିଳିଛି। ପୋଲିସ ଘଟଣା ର ଖୋଳତାଡ଼ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *