ଯାଜପୁର ,୧୮/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର )- ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜୀବନ ଶିଖା ପରିବାର ଆଜି ତାର ପ୍ରଥମ ବାର୍ଷିକ ଉତ୍ସବ କୁ ଜାରକା ସିଭିକ ସେଣ୍ଟର୍ ପରିସରରେ ମହାସମାରୋହରେ ପାଳନ କରିଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର୍ ମନୋରଞ୍ଜନ ମହାନ୍ତି , ପ୍ରଫେସର୍ କେଦାରନାଥ ଦାସ , ସାମାଜିକ କର୍ମୀ ତଥା ବିଶିଷ୍ଟ ସାମ୍ବାଦିକ ସତୀଶ ବିଶ୍ଵାଳ , ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ ସୌମ୍ୟକାନ୍ତ ପଣ୍ଡା , ବିଶ୍ୱନୟନା ଟ୍ରଷ୍ଟ ସଭାପତି ତୃପ୍ତି ପଣ୍ଡା , ସମାଜସେବୀ ଡ ବନ୍ଦନା ହରିଚନ୍ଦନ ପ୍ରମୁଖ ଯୋଗ ଦେଇ ସମାଜ ଓ ଆଜିର ସମାଜ ସେବା ସଂପର୍କରେ ଆଲୋକପାତ କରିଥିଲେ।
ମୁଖ୍ୟବକ୍ତା ଭାବେ ସତୀଶ ବିଶ୍ଵାଳ ଆଜି ରାଜନୈତିକ ନେତା ମାନେ କିପରି ସମାଜ ସେବା କରୁଛନ୍ତି , ସମାଜ ଉନ୍ନତି କାର୍ଯ୍ୟରୁ ବିଚ୍ୟୁତ ରହି ନିଜର ଉନ୍ନତି ପାଇଁ ଲାଗି ପଡିଛନ୍ତି ଯାହାକି ନିନ୍ଦନୀୟ । ଧର୍ମଶାଳା ମାଟିରେ ଏତେ ଦୁର୍ନୀତି ହୋଇଛି ଆଜି ଭୁତଳ ଜଳ ବିଷମୟ ହୋଇଗଲାଣି , ଡଙ୍କାରି ପାହାଡ ଲୁଟ ଯୋଗୁଁ ପରିବେଶ ଦୂଷିତ ହେବାକୁ ଲାଗିଲାଣି ,ଧର୍ମଶାଳା ବାସି ନାନାଦି ରୋଗ ରେ ଆକ୍ରାନ୍ତ ହୁଏତ ଆଗାମୀ ଦିନରେ ବିସ୍ପୋରଣର ରୂପ ନେବ, ସ୍ୱର ଉଠାଇବାର ସମୟ ଆସିଗଲାଣି । ସମସ୍ତ ସମାଜସେବୀ ଭାଇ ମାନଙ୍କୁ ଏ ଦିଗରେ ସଚେତନ ହେବା ପାଇ ଶ୍ରୀ ବିଶ୍ଵାଳ ଆଜିର ଏହି ପବିତ୍ର ଦିନରେ ଆହ୍ଵାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ଜଣାଶୁଣା ସାମାଜିକ କର୍ମୀ ମୋହନ ମହାରଣା ସଂଚାଳନ କରୁଥିବା ବେଳେ ଅନୁଷ୍ଠାନ ସମ୍ପାଦକ ପ୍ରମୋଦ ସ୍ୱାଇଁ ଓ ତବିନ ସାମଲ ପରିଚାଳନା କରୁଥିଲେ । ଏହି ପରିପ୍ରେକ୍ଷୀରେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିତ୍ୱ , ସାମାଜିକ ଅନୁଷ୍ଠାନ ,ଶିକ୍ଷାବିତ୍ ମାନଙ୍କୁ ଜୀବନ ଶିଖା ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ସୂଚନା ଅନୁଯାୟୀ ଜୀବନ ଶିଖା ପରିବାର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶିକ୍ଷା ,ସ୍ୱାସ୍ଥ୍ୟ ସଚେତନତା ଦିଗରେ କାର୍ଯ୍ୟ କରିବା ସହ ବସ୍ତି ପିଲା ମାନଙ୍କୁ ମାଗଣାରେ ଶିକ୍ଷାଦାନ ଓ ଶିକ୍ଷା ସାମଗ୍ରି ଯୋଗାଇ ଦେଇ ବେଶ ଚର୍ଚ୍ଚାରେ ରହିଛି । ଆଗାମୀ ଦିନରେ ଏହି କାର୍ଯ୍ୟ ଜାରି ରହିବ ବୋଲି ଅନୁଷ୍ଠାନ ସମ୍ପାଦକ ଶ୍ରୀ ସ୍ୱାଇଁ ନିଜର ସମ୍ପାଦକୀୟ ବିବରଣୀରେ ଜଣାଇଛନ୍ତି ।