କେନ୍ଦ୍ରାପଡ଼ା, ୧୭/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଭାରପ୍ରାପ୍ତ ଜିଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ନିଲମ୍ବିତ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଓଡିଶା ଉଚ୍ଚ ନ୍ୟାୟାଳୟରେ ଦାୟର ହୋଇଥିବା ଏକ ନୂତନ ଜି.ଆଇ.ଏ. ସମ୍ପର୍କିତ ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦେଶକ ଏବଂ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ପକ୍ଷଭୁକ୍ତ ଥିଲେ । ସେହି ମାମଲାରେ କେନ୍ଦ୍ରାପଡାର ଭାରପ୍ରାପ୍ତ ଜିଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ବିଭାଗୀୟ ନିର୍ଦେଶକଙ୍କୁ ନଜଣାଇ ଜବାବ ଦାଖଲ କରିଦେଲେ । ଫଳରେ ଏହି ଘଟଣାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଶେଷ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଭାରପ୍ରାପ୍ତ ଜିଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କ ବିରୁଦ୍ଧରେ ପୂର୍ବରୁ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ(ଡିପାର୍ଟମେଂଟାଲ ଡିସିପ୍ଲିନାରୀ ପ୍ରୋସିଡିଙ୍ଗ) ଆରମ୍ଭ କରାଯାଇଥିଲା । ଶୁକ୍ରବାର ସ୍କୁଲ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ନିର୍ଦେଶନାମା ନମ୍ବର- ୩୧୫୬ ତା ୧୬.୦୨.୨୦୨୪ରିଖରେ ତାଙ୍କୁ ନିଲମ୍ବନ ଆଦେଶ ଦେଇଥିଲେ । ଏଥିସହିତ ଏବେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟରେ ତାଙ୍କର ମୁଖ୍ୟାଳୟ ସ୍ଥିର କରାଯାଇଛି । ଏହାବ୍ୟତିତ କେନ୍ଦ୍ରାପଡାର ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର ନିମନ୍ତେ ନିର୍ଦେଶ ଥରବାରୁ ଶୁଭଲକ୍ଷ୍ମୀ ନାୟକ ଆଜି ଶ୍ରୀମତୀ ମହାପାତ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବା ଜଣାପଡିଛି ।
Related Posts
ଗାନ୍ଧିମାର୍ଗରେ ଗର୍ଜିଲେ କଳା ଓ କ୍ରୀଡ଼ା ଶିକ୍ଷକ
ଭୁବନେଶ୍ୱର, ୦୫/୧୨/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତିପ୍ରାପ୍ତ ସମସ୍ତ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନେଇ ଗଠିତ ଓଡ଼ିଶା କଳା…
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ କନ୍ୟା ଶିବିର ଓ ଜେଜେ ବାପା ,ଜେଜେ ମା ସମ୍ମିଳନୀ
ଭୁବନ ୨୧/୧୧/୨୦୨୪ (ଓଡ଼ିଶା ସମାଚାର)-ଭୁବନ ସହର ଉପକଣ୍ଠସ୍ଥ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଚଳିତ ବର୍ଷର କନ୍ୟା ଶିବିର,ଜେଜେ ବାପା, ଜେଜେ ମା ଓ ଅଜା…
ଦିଲ୍ଲୀ ଶିକ୍ଷକ ସମ୍ମାନ ସମାରୋହ “ଶିକ୍ଷକ ମହାକୁମ୍ଭ”ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
ଶିକ୍ଷକ ସମାଜ ଜ୍ଞାନର ଆଲୋକକୁ ଉଜାଗର କରନ୍ତି – ଧର୍ମେନ୍ଦ୍ର ପ୍ରଧାନ ଗୁରୁ ଦେଖାଇଥିବା ମାର୍ଗକୁ ଅନୁସରଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ ‘ବିକଶିତ, ସ୍ୱାବଲମ୍ବୀ…
