କେନ୍ଦ୍ରାପଡ଼ା, ୧୭/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଭାରପ୍ରାପ୍ତ ଜିଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ନିଲମ୍ବିତ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଓଡିଶା ଉଚ୍ଚ ନ୍ୟାୟାଳୟରେ ଦାୟର ହୋଇଥିବା ଏକ ନୂତନ ଜି.ଆଇ.ଏ. ସମ୍ପର୍କିତ ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦେଶକ ଏବଂ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ପକ୍ଷଭୁକ୍ତ ଥିଲେ । ସେହି ମାମଲାରେ କେନ୍ଦ୍ରାପଡାର ଭାରପ୍ରାପ୍ତ ଜିଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ବିଭାଗୀୟ ନିର୍ଦେଶକଙ୍କୁ ନଜଣାଇ ଜବାବ ଦାଖଲ କରିଦେଲେ । ଫଳରେ ଏହି ଘଟଣାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଶେଷ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଭାରପ୍ରାପ୍ତ ଜିଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କ ବିରୁଦ୍ଧରେ ପୂର୍ବରୁ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ(ଡିପାର୍ଟମେଂଟାଲ ଡିସିପ୍ଲିନାରୀ ପ୍ରୋସିଡିଙ୍ଗ) ଆରମ୍ଭ କରାଯାଇଥିଲା । ଶୁକ୍ରବାର ସ୍କୁଲ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ନିର୍ଦେଶନାମା ନମ୍ବର- ୩୧୫୬ ତା ୧୬.୦୨.୨୦୨୪ରିଖରେ ତାଙ୍କୁ ନିଲମ୍ବନ ଆଦେଶ ଦେଇଥିଲେ । ଏଥିସହିତ ଏବେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟରେ ତାଙ୍କର ମୁଖ୍ୟାଳୟ ସ୍ଥିର କରାଯାଇଛି । ଏହାବ୍ୟତିତ କେନ୍ଦ୍ରାପଡାର ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର ନିମନ୍ତେ ନିର୍ଦେଶ ଥରବାରୁ ଶୁଭଲକ୍ଷ୍ମୀ ନାୟକ ଆଜି ଶ୍ରୀମତୀ ମହାପାତ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବା ଜଣାପଡିଛି ।
Related Posts

ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା
ନିରାକାରପୁର , ୩/୮/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଳକ ଅଧୀନସ୍ଥ ଡିଆ ପଞ୍ଚାୟତର ଲଳିତା ପାଟପୁର କ୍ଳଷ୍ଟରର କପିଳେଶ୍ୱର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ…

କେନ୍ଦ୍ରାପଡା କଲେଜ ପୁରାତନ ଛାତ୍ରସଂସଦ ପ୍ରତିନିଧିଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ
କେନ୍ଦ୍ରାପଡ଼ା, ୧୮/୦୬/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ନବନିର୍ବାଚିତ କର୍ମକର୍ତାଙ୍କ ଏକ ପ୍ରତିନିଧି ମଣ୍ଡଳୀ ବୁଧବାର ଜିଲା ପ୍ରଦକ୍ଷଣ ଭବନରେ ରାଜ୍ୟ ଉଚ୍ଚଶିକ୍ଷା…

ପିଏମ୍-ପୋଷଣକୁ ନେଇ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ପୁଷ୍ଟିକର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିକୁ ଗୁରୁତ୍ୱଦିଅ : ମନ୍ତ୍ରୀ ଭୁବନେଶ୍ୱର, ୧୧/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର…