ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ସାମ୍ବାଦିକ ଜୁପିଟର ଦାସ

ନିଶ୍ଚିନ୍ତକୋଇଲି,୦୧/୦୩/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)-ପରିବେଶବିତ, ସ୍ବେଛାସେବୀ ତଥା ସାମ୍ବାଦିକ ଜୁପିଟର ଦାସ ଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି । ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ପଞ୍ଚାୟତ ତିଳଦା ଗ୍ରାମର ବାସିନ୍ଦା ହେଉଛନ୍ତି ଶ୍ରୀଦାସ ।

ଓଡିଶା ସରକାର ଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କଟକ ଜିଲ୍ଲା ପାଇଁ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ୨୦୨୩-୨୪ବର୍ଷ ପାଇଁ ଏହି ପୁରସ୍କାର ଯାଜପୁର ଜିଲ୍ଲା ଡାଳିଯୋଡ଼ା ବନାଞ୍ଚଳ ଅଧିକାରୀଙ୍କ କାର୍ୟ୍ୟାଳୟ ରେ ଆୟୋଜିତ ଉତ୍ସବରେ ପ୍ରଦାନ କରାଯାଇଛି । କଟକ ଡିଏଫଓ ଶ୍ରୀ ପି. ଅର୍ଥନାରୀ ଜୁପିଟର ଦାସ ଙ୍କୁ ପ୍ରମାଣ ପତ୍ର ସହ ପୁଷ୍ପ ଗୁଚ୍ଛ,ଉପଢୌକନ ଓ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *