ନିଆଁ ରେ ପୋଡି ହୋଇ ମା ଓ ଶିଶୁ କନ୍ୟା ର ଶୋଚନୀୟ ମୃତ୍ୟୁ

ସାଲେପୁର, ୦୪/୧୨/୨୦୨୪ (ଓଡିଶା ସମାଚାର / ଅଭୟ ଜେନା )-ସାଲେପୁର ବ୍ଲକ ଅନ୍ତର୍ଗତ ଆତୋଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ନିଆଁ ରେ ପୋଡି ହୋଇ ମା ଓ ୪ ମାସର ଶିଶୁ କନ୍ୟା ର ଶୋଚନୀୟ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ପାରିବାରିକ କଳହ କୁ କେନ୍ଦ୍ରକରି ମା ଶୁଚିସ୍ମିତା ମହାନ୍ତି ଓ ଚାରି ମାସର ଶିଶୁ କନ୍ୟା ସହ ଏକ ବନ୍ଦ କୋଠରୀ ରେ କିରାସିନି ଢାଳି ହୋଇ ଦେହରେ ନିଆଁଲଗାଇ ଦେଇଥିଲେ । ଜଳିଯାଉଥିବା ମହିଳା ଓ ଶିଶୁର ଚିତ୍କାର ଶୁଣି ଲୋକେ ଉଭୟ ଙ୍କୁ ଉଦ୍ଧାର କରି ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ମାତ୍ର ଉଭୟ ମା ଓ ଝିଅ ଙ୍କର ମୃତ୍ୟୁ ହୋଇଯାଇଛି । ମୃତା ମହିଳା ଙ୍କ ବାପଘର ଲୋକଙ୍କ ଅଭିଯୋଗ କ୍ରମେ ପାଗା ଫାଣ୍ଡି ଓ ଜଗତପୁର ଥାନା ପୋଲିସ ସ୍ୱାମୀ କୁ ଅଟକ ରଖି ଘଟଣା ର ତଦନ୍ତ କରୁଛି । ମୃତ ସୁଚିଶ୍ମିତାଙ୍କ ମାଆ ରଶ୍ମିତା ମହାନ୍ତି ଙ୍କ ଏତଲାକୁ ଭିତ୍ତି କରି ପୁଲିସ କେଶ ନଂ ୬୧୫ / ୨୪ ଏକ ମାମଲା ରୁଜୁ କରିଛି।

Leave a Reply

Your email address will not be published. Required fields are marked *