ନୌ-ବାଣିଜ୍ୟ ପରମ୍ପରାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ବାହ୍ମଣୀ ଷିଷ୍ଟମ୍ରେ ଜାତିୟ ଜଳପଥ ପରିବହନ ବ୍ୟବସ୍ଥାକୁ ଅନୁମୋଦନ କରିଛନ୍ତି – ସାଂସଦ ଶ୍ରୀ ବେହେରା ।
କେନ୍ଦ୍ରାପଡା ୨୪/୧୧/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା ନିଖିଳ ଉତ୍କଳ କୈବର୍ତ ମହାସଭା ପକ୍ଷରୁ ମହାକଳପଡା ବ୍ଳକ ଅନ୍ତର୍ଗତ ମହାନଦୀକୂଳରେ ଅବସ୍ଥିତ ବାହାକୁଦ ଫେରିଘାଟ ନିକଟରେ ଦୁଇ ଦିନ ବ୍ୟାପି ଜମ୍ବୁଦ୍ୱୀପ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୋମବାର ଅପରାହ୍ନରେ ବୋଇତ ବନ୍ଦାଣ ତ୍ସବ ଉଦ୍ଘାଟନ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଙ୍ଗିତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ପ୍ରତ୍ୟୁଷରୁ ସୁ-ସଜ୍ଜିତ ନୌକାରେ ସାଧବ ପୁତ୍ରମାନେ ନଦୀଘାଟରେ ପହଂଚିବା ପରେ ସାଧବ ପୁଅ ଓ ସାଧବ ବେହୁମାନଙ୍କୁ ବନ୍ଦାପନା କରାଯାଇଥିଲା । ଏହି ଅବସରରେ କେନ୍ଦ୍ରାପଡା ଜିଲା ନିଖିଳ ଉତ୍କଳ କୈବର୍ତ ମହାସଭାର ସଭାପତି ରଞ୍ଜନ କୁମାର ବେହେରାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବରେ ମହାକାଳପଡା ବିଧାୟକ ଡଃ ଦୂର୍ଗା ପ୍ରଶନ୍ନ ନାୟକ ଯୋଗ ଦେଇ ଓଡିଆ ସାଧବ ପୁଅମାନେ ନୌ-ବାଣିଜ୍ୟ କରି ସୁଦୁର ଜାଭା,ସୁମାତ୍ରା,ବାଲି ଦ୍ୱୀପକୁ ଯାତ୍ରା କରିବା ବିଷୟ ମନେ ପକାଇବା ଉତ୍ସବକୁ ବୋଇତ ବନ୍ଦାଣ ଉତ୍ସବ ଭାବେ ପାଳନ କରାଯାଉଥିବା ଏହି ଉତ୍ସବ ଓଡିଆ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ପରବର୍ତୀ ପିଢି ପାଇଁ ଏହା ପ୍ରେରଣାୟଦକ ବୋଲି କହିଥିଲେ । ଭାସ୍କୋଡାଗାମା ଭାରତ ଆବିଷ୍କାର କରିବାର ହଜାର ବର୍ଷ ପୂର୍ବରୁ ଓଡିଆ ସାଧବପୁଅମାନେ ସୁମୁଦ୍ରପଥରେ ଯାଇ ବିଭିନ୍ନ ଦେଶରେ ନୌ-ବାଣିଜ୍ୟ କାରବାର କରି ଫେରି ଆସୁଥିଲେ ବୋଲି ବିଧାୟକ ଡଃ ନାୟକ ପ୍ରକାଶ କରିଥିଲେ । ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଯାଯପୁର ଲୋକସଭା ସାଂସଦ ରବି ନାରାୟଣ ବେହେରା ଯୋଗ ଦେଇ କୈବର୍ତ ଜାତି ହେଉଛି ଦୁର୍ଦଶ ଜାତି, ଦେଶୀ ଡଙ୍ଗାରେ ସମୁଦ୍ରର ରଙ୍ଗ,ପବନର ଦିଗ ଓ କୁଆଁତାରାକୁ ଦେଖି ନୌବାଣିଜ୍ୟରେ ବାହରୁଥିଲା ।
ନୌ-ବାଣିଜ୍ୟକୁ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଜାତୀୟ ଜଳପଥ ଟ୍ରାନ୍ସପୋର୍ଟ ମାଧ୍ୟମରେ ବ୍ରାହ୍ମଣୀ ନଦୀ ସିଷ୍ଟମରେ ତାଳଚେରରୁ ଧାମରାକୁ ଜାହାଜ ଚଳାଚଳ କରି କୋଇଲା ଭଳି ମାଲ ପରିବହନ ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ଓ ଏହା ପରେ ମହାନଦୀ ଷିଷ୍ଟମ୍ ରେ ତାଳଚେରରୁ ଧାମରା ଓ ପରାଦ୍ୱୀପ ବନ୍ଦରକୁ ସଂଯୋଗ ସ୍ଥାପନା ନେଇ କାର୍ଯ୍ୟ କରାଯିବା ସମ୍ପର୍କରେ ସାଂସଦ ଶ୍ରୀ ବେହେରା ସୂଚନା ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ନିଖିଳ ଉତ୍କଳ କୈବର୍ତ ମହାସଭାର ରାଜ୍ୟ ସଭାପତି ଡଃ. ଦେବେନ୍ଦ୍ର ବେହେରା ଯୋଗ ଦେଇ ନୌ-ବାଣିଜ୍ୟକୁ ଗୁରୁତ୍ୱ ଅନୁଭବ କରି ରାଜ୍ୟସରକାର ବାଲେଶ୍ୱର ଜିଲାର ସୁବର୍ଣ୍ଣରେଖା,ପୁରୀ,ଗଞ୍ଜାମ ଜିଲାରେ ବନ୍ଦର ନିର୍ମାଣ କରିବା ପାଇଁ ଯୋଜନା କରିଥିବା ପ୍ରକାଶ କରିଥିଲେ । ଐତିହ୍ୟ ଓ ପରମ୍ପରାକୁ ଅଗେଇ ନେବା ପାଇଁ କେନ୍ଦ୍ରାପଡା ଜିଲାର ଏହି ଅଂଚଳରେ ୨୪ହଜାର୭ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ଭାରତର ପ୍ରଧାନମନ୍ତ୍ରୀ ଏକ ଜାହାଜ ନତିର୍ମାଣ ମରାମତି କରଖାନା ପ୍ରତିଷ୍ଠା କରିବା ପାଇଁ ନିଷ୍ପତି ନେବା ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ନିଖିଳ ଉତ୍କଳ କୈବର୍ତ ମହାସଭାର ରାଜ୍ୟ ଉପ-ସଭାପତି ଇଂ.ବିଷ୍ଣୁ ଚରଣ ବେହେରା,ମହାକାଳପଡା ବିଡିଓ ମନୋଜ କୁମାର ନାୟକ,ମହାକଳପଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମୀରାରାଣୀ ମହାନ୍ତି,ବୈଜ୍ଞାନକ ଡଃ.ସନ୍ତୋଷ କୁମାର ବେହେରା,ପ୍ରଦୀପ୍ କୁମାର ସେଠୀ,ରଘୁନାଥ ବେହେରା ପ୍ରମୁଖ ଅତିଥିଭାବରେ ଉପସ୍ଥିତ ରହି ଏହି ଉତ୍ସବ କେବଳ ମହୋତ୍ସବରେ ସିମୀତ ନ ହୋଇ ଏହା ପ୍ରାମାଣିକ କ୍ଷେତ୍ରରେ ରହୁ ବୋଲି ଅଭିହିତ କରିଥିଲେ । ନିଖିଳ ଉତ୍କଳ କୈବର୍ତ ମହାସଭା କେନ୍ଦ୍ରାପଡା ଜିଲାର କାର୍ଯ୍ୟକାରୀ ସଭାପତି ରାଜକିଶୋର ମହାପାତ୍ର ଧନ୍ୟବାଦ ଦେଇଥିବାବେଳେ,ନିଖିଳ ଉତ୍କଳ କୈବର୍ତ ମହାସଭା କେନ୍ଦ୍ରାପଡା ଜିଲା ସମ୍ପାଦକ ସଭାକାର୍ଯ୍ୟ ସଂଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାକାଳପଡା ବ୍ଳକର ଉପାଧ୍ୟକ୍ଷ ବିଜୟ କୁମାର ଶୁକ୍ଳ,ସମାଜସେବୀ ଅଶୋକ କୁମାର ବେହେରା,ଗନ୍ଧର୍ବ ବେହେରା,ଭକ୍ତ ରଞ୍ଜନ ମହାଳି,କୁମର ମହାନ୍ତି,ପେଟଛେଲା ସରପଂଚ ପ୍ରସନ୍ନ ବେହେରା,ମହେନ୍ଦ୍ର ବେହେରା ଓ ପ୍ରହଲ୍ଲାଦ ବେହେରା ପ୍ରମୁଖ ଅତିଥିଭାବରେ ଉପସ୍ଥିତ ଥିଲେ ।
ଏହି ଅବସରରେ ମହାକାଳପଡା ବ୍ଳକର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ସୁନ୍ଦର ମୋହନ ସିଂ ଓ ରାଜେନ୍ଦ୍ର କିସ୍କୁ ଦୁଇ ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରେ ‘ଡ୍ୟାନ୍ସ୍ ଡ୍ୟାନ୍ସ’ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି ବର୍ଣ୍ଣାଢ୍ୟ ବୋଇତ ବନ୍ଧାଣ ଉତ୍ସବକୁ ଦେଖିବା ପାଇଁ ସକାଳ ଠାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସ୍ଥାନୀୟ ଅଂଚଳର ଲୋକମାନେ ଉପସ୍ଥିତ ଥିବାର ଦେଖାଯାଇଥିଲା । ସଭା କାର୍ଯ୍ୟପରେ ସାଂସଦ ଶ୍ରୀ ବେହେରା ରାଜ୍ୟ ସଭାପତି ଡଃ ବେହେରାଙ୍କ ସମେତ ଅନ୍ୟ ଅତିଥିଭାବେ ନୌ-ବାଣିଜ୍ୟ ସ୍ମୃତିକୁ ମନେ ପକାଇବା ପାଇଁ ଏକ ସୁ-ସଜ୍ଜିତ ନୌକାରେ ମହାନଦୀରେ ନୌକା ବିହାର କରିଥିଲେ । ଏହି ଅବସରରେ ଅତିଥିମାନେ ‘ମହାନଦୀ’ ନାମକ ଏକ ମୁଖପତ୍ରକୁ ଉନ୍ମୋଚନ କରିଥିଲେ ।
