ବିଏସକେୱାଇ ନବୀନ କାର୍ଡ ସଚେତନତା ରଥର ଶୁଭାରମ୍ଭ

କେନ୍ଦ୍ରାପଡ଼ା,୦୫/୦୧/୨୦୨୪ (ଓଡ଼ିଶା ସମାଚାର)- ପ୍ରତିଟି ଜୀବନ ମୂଲ୍ୟବାନ- ରାଜ୍ୟ ସରକାରଙ୍କର ଏହି ଆଭିମୁଖ୍ୟକୁ ସଫଳ କରିବାକୁ ଆଜି ଆରମ୍ଭ ହୋଇଛି ବିଏସକେୱାଇ ନବୀନ କାର୍ଡ ସଚେତନତା ରଥର ଶୁଭାରମ୍ଭ । ଯେଉଁ ଗ୍ରାମୀଣ ପରିବାର ବିଏସକେୱାଇ ଅନ୍ତର୍ଭୁକ୍ତ ହୋଇନଥିବେ ସେମାନେ ବିଏସକେୱାଇ ନବୀନ କାର୍ଡ ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ଏହି ସଚେତନତା ରଥ ଜିଲାର ସମସ୍ତ ଗ୍ରାମୀଣ ଅଂଚଳରେ ସଚେତନତାର ବାର୍ତା ବଂଟନ କରିବ । ଆଜି ମଧ୍ୟାହ୍ନ ୧୨ଘଟିକା ସମୟରେ ଜିଲାପାଳ ଅମ୍ରିତ୍ ଋତୁରାଜ୍ ପତାକା ଦେଖାଇ ଏହି ସଚେତନତା ରଥର ଜିଲା କାର୍ଯ୍ୟାଳୟ ପରିସରରେ ଶୁଭ ଉଦଘାଟନ କରିଥିଲେ । ଏହି ସମୟରେ ଅତିରିିକ୍ତ ଜିଲାପାଳ (ସାଧାରଣ) ପିତାମ୍ବର ସାମଲ, କେନ୍ଦ୍ରାପଡା ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଅନିତା ପଟ୍ଟନାୟକ, ଉପଜିଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଅଞ୍ଜଳୀ ତରାଇ, ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଡା. ନୃପେନ୍ ଶତପଥୀ, ଜିଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ଜିଲା ସମାଜ ମଙ୍ଗଳ ଅଧିକାରିଣୀ ସତ୍ୟଭାମା ସେଠୀ ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ କୁମାର ବଳିଆରସିଂହ, ଜିଲା ସ୍ୱାସ୍ଥ୍ୟ ସମିତିର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ । ବିଏସକେୱାଇ ନବୀନ କାର୍ଡରେ ପ୍ରତି ପରିବାର ପାଇଁ ବାର୍ଷିକ ୫ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟମାନଙ୍କ ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ପ୍ରାବଧାନ କରାଯାଇଛି । ବିଏସକେୱାଇ ନବୀନ କାର୍ଡ  ମାଧ୍ୟମରେ ଏହି ସୁବିଧା ୨୦୨୪ ମସିହା ମେଁ ମାସ ୧ ତାରିଖଠାରୁ ପ୍ରାପ୍ତ ହେବ । ବିଏସକେୱାଇ ନବୀନ କାର୍ଡ ଆବେଦନ ପାଇଁ www. bskynabin. odisha. gov. in ପୋର୍ଟାଲ୍ ଜାନୁୟାରୀ ମାସ ୬ ତାରିଖ ଦିନ ଖୋଲିବ ଏବଂ ୧୬ ତାରିଖ ଦିନ ବନ୍ଦ ହେବ । ଏହି ସମୟ ମଧ୍ୟରେ ଅନ୍ ଲାଇନ୍ ମାଧ୍ୟମରେ ଦରଖାସ୍ତ ଦାଖଲ ହେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *