ଲକ୍ଷ୍ମୀପୁର ୦୨/୧୦/୨୫(ଓଡିଶା ସମାଚାର) ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ମହାପର୍ବ ପବିତ୍ର ‘ବିଜୟା ଦଶମୀ’ ତଥା ‘ଦଶହରା’ ଆଜି ସାରା ଦେଶରେ ଧୂମଧାମ ରେ ପାଳିତ ହୋଇ ଯାଇଥିବା ବେଳେ ତନ୍ତ୍ର ମନ୍ତ୍ର ଓ ଚଣ୍ଡୀ ପାଠରେ ପୂଜା ମଣ୍ଡପ କମ୍ପି ଉଠିଛି।ଏହି ଅବସରରରେ ଲଘୁଚାପ ଜନିତ ବର୍ଷା ସବୁ କ୍ଷେତ୍ରରେ ବାଧା ସୃଷ୍ଟି କରିଥିଲା।
ତଥାପି ବର୍ଷା କୁ ଖାତିର ନକରି ଲକ୍ଷ୍ମୀପୁର ପୂଜା ମଣ୍ଡପରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। ଘରେ ଘରେ ମଧ୍ୟ ଯାନବାହାନ ପୂଜା ଶହ ହୁଳଳୀ ଶବ୍ଦ ଓ ଶଙ୍ଖ ନାଦ ରେ ଅଞ୍ଚଳ କମ୍ପି ଉଠିଥିଲା।ଫଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।
