ନିରାକାରପୁର, ୧୬/୦୨/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନିରାକାରପୁର ପଂଚାୟତର ବିଭିନ୍ନ ସମସ୍ୟା ନେଇ ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଥିଲା। ଦାବି ପୂରଣ ନହେଲେ ଫେବୃଆରୀ ୧୫ ତାରିଖ ଠାରୁ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ନେଇ ଆମରଣ ଅନଶନ କରିବାକୁ ସମିତି ସଭ୍ୟା ଲୋପାମୁଦ୍ରା ଦାଶ ଚେତାବନୀ ଦେଇଥିଲେ। ନିର୍ଧାରିତ ସମୟ ମଧ୍ୟରେ ଦାବି ପୂରଣ ନହେବା ଯୋଗୁ ପଂଚାୟତର ୱାର୍ଡ ମେମ୍ବର ଓ ବିଭିନ୍ନ ବ୍ୟକ୍ତି ବିଶେଷ ଧାରଣା ଜାରୀ ରଖିଛନ୍ତି। ଗତ କାଲି ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଅନଶନ ରେ ବସିଛନ୍ତି।୨୦୦ ବର୍ଷ ଧରି ବସବାସ କରୁଥିବା ନରେନ୍ଦ୍ରପୁର ସାହି କୁ ରାଜସ୍ବ ଗ୍ରାମ ର ମାନ୍ୟତା, ନିରାକାରପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମାନ୍ୟତା, ରାମେଶ୍ବର ଠାରେ ଦମକଳ କେନ୍ଦ୍ର ଖୋଲିବା, ଝର ପୋଖରୀ ର ପୁନଃ ଉଦ୍ଧାର, ହାଟରେ ପିଣ୍ଡି ଘର ନିର୍ମାଣ, ମିନି ଷ୍ଟାଡିୟମ ସହ ଅତ୍ୟାଧୁନିକ ବ୍ୟାୟାମ ଶାଳା, କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ର ପୁନଃ ବିନ୍ୟାସ, ଜନସଂଖ୍ୟା ଭିତ୍ତିରେ ନିରାକାର ପୁର କୁ ବ୍ଳକ ମାନ୍ୟତା, ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ ପ୍ରମୁଖ ଦାବି ରହିଛି। ୨୪ ଦଫା ସମସ୍ୟା ର ସମାଧାନ ପଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଜଣାପଡିଛି।