ଯାଦବ ସମାଜ ତରଫରୁ ୨୪ ତମ ବାର୍ଷିକ ଅଷ୍ଟ ପ୍ରହର ନାମ ଯଜ୍ଞ

ଭୁବନ ୧୬/୦୨/୨୦୨୪ (ଓଡ଼ିଶା ସମାଚାର)-ଭୁବନ ଏନ୍ ଏ ସି ଅନ୍ତର୍ଗତ ୬ ନମ୍ବର ୱାର୍ଡ ଅରାସାହି ଯାଦବ ସମାଜ ତରଫରୁ ୨୪ ତମ ବାର୍ଷିକ ଅଷ୍ଟ ପ୍ରହର ଓ ନାମଯଜ୍ଞ ସିନେମା ହଲ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ୧୪ ତାରିଖ ବୁଧବାର ଶ୍ରୀପଞ୍ଚମୀ ଦିନ ଶୁଭାଧିବାସ ହୋଇଥିଲା । ମାନସିକ ବ୍ରତାଧିକାରି ମାନେ କଳସ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ । ୧୫ ତାରିଖ ଗୁରୁବାର ପ୍ରାତଃ ସମୟରୁ ନାମ ଯଜ୍ଞ ଆରମ୍ଭ ହୋଇ ୧୬ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ଚାଲିଥିଲା । ୨୦ ରୁ ଉର୍ଦ୍ଧ୍ବ ସଙ୍କୀର୍ତ୍ତନ ମଣ୍ଡଳୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ପୂର୍ଣ୍ଣାହୂତି ପରେ ଅପରାହ୍ନ ରେ ନଗର କୀର୍ତ୍ତନ କରାଯାଇଥିଲା ଓ ସନ୍ଧ୍ୟାରେ ସାମୁହିକ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ପ୍ରଭୁ ରାଧା ରମଣ ଙ୍କ ଆଶୀର୍ବାଦ ଲାଭ କରିଥିଲେ। ଗଙ୍ଗାଧର ନାୟକ ଙ୍କ ତତ୍ତ୍ଵାବଧାନରେ ଯାଦବ ସମାଜ କୀର୍ତ୍ତନ ମଣ୍ଡଳୀ,ଗୌର ଭକ୍ତ ବୃନ୍ଦ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *