ନିଶ୍ଚିନ୍ତକୋଇଲି,୧୮/୧୦/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )କଟକ ଜିଲ୍ଲା ନେମାଳ ଥାନା ପରିସରରେ ସାଇବର ଠକେଇ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନେମାଳ ଥାନା ଅଧିକାରୀ ସୁଶୀଳ କୁମାର ନାୟକ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଜନସାଧାରଣ, ଛାତ୍ର ଛାତ୍ରୀଯୋଗଦେଇ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଲାଇଭ କାର୍ଯ୍ୟକ୍ରମ କୁ ଦେଖିବା ସଙ୍ଗେ ସଙ୍ଗେ ହୃଦୟଙ୍ଗମ କରିଥିଲେ ।
ରାଜ୍ୟସ୍ଥରୀୟ ଲାଇଭ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦେଶକ ଙ୍କ ଉଦବୋଧନ ଓ ପରାମର୍ଶ କୁ ସମସ୍ତେ ପାଳନ କରିବାକୁ ଶପଥ ନେଇଥିଲେ । କାର୍ଯ୍ୟକ୍ରମ ରେ ଥାନା ଅଧିକାରୀସୁଶୀଳ କୁମାର ନାୟକ, ବରିଷ୍ଠ ସାମ୍ବାଦିକ ଅଭୟ ଜେନା, ଅକ୍ଷୟ ଦାଶ, ଜାନକୀ ବଲ୍ଲଭ ମହାନ୍ତି,ହିମାଂଶୁ ଶେଖର ଦାଶ, ସମସ୍ତ ପୋଲିସ କର୍ମଚାରୀ, ଛାତ୍ର ଛାତ୍ରୀ ଓ ଜନସାଧାରଣ ଯୋଗ ଦେଇଥିଲେ ।
