ପଂଚାୟତିରାଜ ବ୍ୟବସ୍ଥାକୁ ସ୍ୱଛଳ କରିବା ପାଇଁ ପ୍ରଦାନ କରାଯିବ ରାଜ୍ୟ ପଂଚାୟତ ପୁରସ୍କାର

ଭୁବନେଶ୍ୱର,୨୯/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ପଂଚାୟତିରାଜ ବ୍ୟବସ୍ଥାକୁ ସ୍ୱଚ୍ଛଳ କରିବା ପାଇଁ ପ୍ରଦାନ କରାଯିବ ରାଜ୍ୟ ପଂଚାୟତ ପୁରସ୍କାର  । ଯେଉଁଥିପାଇଁ ଖର୍ଚ୍ଚ ହେବ ୪ କୋଟି ଟଙ୍କା । ଯେଉଁ ଗ୍ରାମ ପଂଚାୟତ,ପଂଚାୟତ ସମିତି ଓ ଜିଲା ପରିଷଦ ଗୁଡ଼ିକ ରାଜ୍ୟରେ ସୁଶାସନ ,ଜୀବିକା ସୁଦୃଢ଼ୀକରଣ ଓ ସାର୍ବଜନୀନ ଉତ୍କୃଷ୍ଟ ସେବା ପ୍ରଦାନ କରିବେ ସେମାନେ ପାଇବେ ଏହି ରାଜ୍ୟ ପଂଚାୟତ ପୁରସ୍କାର ବୋଲି ସୂଚନା ଦେଇଛନ୍ତି ପଂଚାୟତିରାଜ ମନ୍ତ୍ରୀ ରବି ନାୟକ  ।

ସ୍ଥାନୀୟ କ୍ଷେତ୍ରର ସ୍ଥାୟୀ ଉନ୍ନତି ଲକ୍ଷ୍ୟର ୯ଟି ବିଷୟ ଅର୍ଥାତ୍ ମନରେଗା,ସ୍ୱଛତା – ବାହ୍ୟ ମଳମୁକ୍ତ,ଜଳ ଜୀବନ ମିଶନ, ସୁଶାସନ, ଦକ୍ଷତା ବିକାଶ,ଆୟ ସ୍ରୋତ ବୃଦ୍ଧି, ଅନଲାଇନ୍ ଅଡିଟ, ମହିଳାଙ୍କ ଭାଗିଦାରୀ ବୃଦ୍ଧି ପରି ବିଭିନ୍ନ କ୍ଷେତ୍ରରେ ଉତମ ପ୍ରଦର୍ଶନ ଆଧାରରେ ପୁରସ୍କାର ପ୍ରଦାନ କରାଯିବ । ରାଜ୍ୟ ସ୍ତରରୁ ବ୍ଲକ୍ ଯାଏ ୨୫ ଲକ୍ଷ ଟଙ୍କା ଅର୍ଥ ରାଶି ରୁ ୧ ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଏଲଏସଡିଜିଏସର ପ୍ରତ୍ୟେକ ବିଭିନ୍ନ ବିଷୟ ଉପରେ ଟପ୍ ୩ ଗ୍ରାମ ପଂଚାୟତମାନେ ପ୍ରତ୍ୟେକ ବିଷୟ ପାଇଁ ଅଲଗା ଭାବେ ପ୍ରୋତ୍ସାହନ ପୁରସ୍କାର ପାଇବେ  ।

ଯଥାକ୍ରମେ ୨୫ ଲକ୍ଷ ଟଙ୍କା ପ୍ରଥମ, ୨୦ ଲକ୍ଷ ଦ୍ୱିତୀୟ ପୁରସ୍କାର ରାଶି, ଓ ୧୫ ଲକ୍ଷ ଟଙ୍କା ତୃତୀୟ ସ୍ଥାନ ଅଧିକାର କରିଥିବା ପଂଚାୟତକୁ ଦିଆଯିବ । ଜିଲା ସ୍ତରରେ ପ୍ରତ୍ୟେକ ଜିଲାରେ LSDG ବିଷୟ ଅନୁଯାୟୀ ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ଦେଖାଇଥିବା ଟପ୍  ୩ ଗ୍ରାମ ପଂଚାୟତମାନେ ପ୍ରାଥମିକ ଅର୍ଥରାଶି ପୁରସ୍କାର ପାଇବେ । ପ୍ରଥମକୁ ୧୫ ଲକ୍ଷ ଦ୍ୱିତୀୟକୁ ୧୦ଲକ୍ଷ, ଓ ତୃତୀୟକୁ ୫ ଲକ୍ଷର ରାଶି ପ୍ରଦାନ କରାଯିବ  । ପ୍ରତ୍ୟେକ ବ୍ଲକ୍ ସ୍ତରରେ ଟପ୍ ୩ ଗ୍ରାମ ପଂଚାୟତମାନେ ସ୍ମାରକ କୃତଜ୍ଞତା ପତ୍ର ପାଇବେ  । ପୁରସ୍କାର ବାବଦରେ ପ୍ରଥମକୁ ୩ ଲକ୍ଷ, ଦ୍ୱିତୀୟକୁ ୨ଲକ୍ଷ ଓ ତୃତୀୟକୁ ୧ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ  ।ରାସ୍ତା ଘାଟ, ପାନୀୟ ଜଳ, ଡିଜିଟାଲ କ୍ଷେତ୍ରରେ ଅନଲାଇନ ବ୍ୟବସ୍ଥା ସୁଦୃଢ଼ କରିବେ, ବିଭିନ୍ନ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରିବେ ।

Leave a Reply

Your email address will not be published. Required fields are marked *