କଟକ ସଦର,୧୫/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ‘ଵିଷ୍ଣୁପ୍ରିୟା ସେବା ସମିତି ପକ୍ଷରୁ ଆଜି ଗୁରୁବାର ଅପରାହ୍ନରେ ଗତିରାଉତପାଟଣା କାର୍ଯ୍ୟାଳୟ ଠାରେ ଦଶହରା ଉପଲକ୍ଷେ ଶାରଦୀୟ ସାମ୍ବାଦିକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି।
ଏହି ଉପଲକ୍ଷେ ସମିତିର ବରିଷ୍ଠ ସଦସ୍ୟ ତଥା କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରାଙ୍କ ସଂଯୋଜନାରେ ଆୟୋଜିତ ସଭାରେ ସମିତିର ଅଧ୍ୟକ୍ଷା ତଥା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଯୋଗଦେଇ ସମିତି ପକ୍ଷରୁ କରାଯାଉଥିବା ଜନକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଶେଷରେ ସମିତିର ସଂପାଦକ ତଥା ଆୟତପୁର ସରପଂଚ ରାକେଶ ବେହେରା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜିତେନ୍ଦ୍ର ଦାଶ, ପ୍ରକାଶ ସାହୁ, ସନ୍ତୋଷ ରାଉତ, ନିଗମ ରାଉତ, ଧରଣୀଧର ପଣ୍ଡା ପ୍ରମୁଖ ସହାୟତା କରିଥିଲେ।
