କଟକ ସଦରର ତିନୋଟି କଲେଜର ଛାତ୍ର ସଂସଦ ନିର୍ବାଚନ ଫଳାଫଳ

କଟକ ସଦର,୧୫/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ନିର୍ବାଚନମଣ୍ଡଳୀର କନ୍ଦରପୁର, କିଶନନଗର, ନେମାଳ କଲେଜରେ ଆଜି ଗୁରୁବାର ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଏଥିରେ କନ୍ଦରପୁର କଲେଜରେ ଏବିଭିପି ସମର୍ଥିତ ଉପସଭାପତି ପଦକୁ ଛାଡ଼ି ଦେଲେ ସମସ୍ତ ବିଜୁ ଛାତ୍ର ଜନତା ଦଳ ପ୍ରାର୍ଥୀମାନେ ଵିଜୟ ଲାଭ କରିଛନ୍ତି। ଏଥିରେ ସଭାପତି ଭାବେ ଦିପ୍ତିରଞ୍ଜନ ନନ୍ଦ ଓ ସାଧାରଣ ସମ୍ପାଦକ ଭାବେ ଅସିମା ସାହୁ ନିର୍ବାଚିତ ହୋଇଛନ୍ତି।

ସେହିପରି କିଶନନଗର କଲେଜରେ ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀ ଵୈଜୟନ୍ତୀ ବେହେରା, ସାଧାରଣ ସଂପାଦକ ଭାବେ ମମତା ମାଇତି ଙ୍କ ସହିତ ଅନ୍ୟ ଦୁଇଜଣ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବାବେଳେ ଆଜି ଅନୁଷ୍ଠିତ ନିର୍ବାଚନରେ ଜନୈକ ଯୁବଛାତ୍ର ନେତା ସତ୍ୟ ସିଦ୍ଧାନ୍ତ ଦାଶଙ୍କ ସମର୍ଥିତ ଉପସଭାପତି ଭାବେ ତମନା ପରଵିନ୍, ଆଥେଲେଟିକ କ୍ଲବ ସଂପାଦକ ଭାବେ ମୁକତାର ଅହେମଦ୍ ଖାଁ ନିର୍ଵାଚିତ ହୋଇଛନ୍ତି। ସେହିପରି     ନେମାଳ କଲେଜରେ ପୁରାତନ ଛାତ୍ର ସଂସଦ ସମର୍ଥିତ ସଭାପତି ଭାବେ ମହେଶ୍ୱର ସାହୁ ଙ୍କ ସମେତ ସମସ୍ତ ପ୍ରାର୍ଥୀ ଏକତରଫା ଭାବେ ବିଜୟ ଲାଭ କରିଥିବା ଅସମର୍ଥିତ ଭାବେ ଜଣାପଡିଛି। ତେବେ ନେମାଳ କଲେଜର ଫଳାଫଳ ରାତି ୭ ପର୍ଯ୍ୟନ୍ତ ପ୍ରକାଶ ନହୋଇ ଝୁଲାଇ ରଖାଯାଇ ଥିବାରୁ କଲେଜ ଗେଟ୍ ସମୁଖରେ ଛାତ୍ରଛାତ୍ରୀ ମାନେ ପ୍ରତିବାଦରେ ଵସି ରହିଥିବା ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଜଣାପଡିଛି।

Leave a Reply

Your email address will not be published. Required fields are marked *