ମାହାଙ୍ଗା, ୨୯/୧୧/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା)-କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଠାରେ ଚଳିତ ବର୍ଷ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱରଙ୍କ ପୂଜା ଧୁମ ଧାମରେ ପାଳିତ ହେଉଛି । ପ୍ରଭୁଙ୍କ ସୁଶୋଭିତ ବିଗ୍ରହ ପୂଜା ମଣ୍ଡପରେ ଶୋଭା ପାଉଥିବା ବେଳେ, ପ୍ରତିଦିନ ପ୍ରଭୁଙ୍କ ସନ୍ଧ୍ୟା ଆଳତି, ଭଜନ-କୀର୍ତ୍ତନ ଅନୁଷ୍ଠିତ ହେଉଥିଲା । ଏହି ଅବସରରେ କାର୍ତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ସାହିତ୍ୟିକ ଡକ୍ଟର ଅଖିଳେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ବିଶିଷ୍ଟ ଶିକ୍ଷାବିତ ନାଟ୍ୟକାର କିଶୋର ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଥି ଉତ୍କଳୀୟ ଧର୍ମ ଧାରଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ ଏହି ଉତ୍ସବରେ ଯୋଗଦେଇ ଉତ୍କଳୀୟ ସଂସ୍କୃତି,ଓଡ଼ିଆ ଅସ୍ମିତା, ଆମ ସାହିତ୍ୟ ଓ ଆଧ୍ୟାତ୍ମିକତାର ବୈଭବମୟ ପରମ୍ପରା ଉପରେ ଆଲୋକପାତ କରିଥିଲେ ।
ଉତ୍ସବରେ ସମ୍ମାନିତ ଅତିଥି ଭାବେ ବର୍ଷିଆନ ସମାଜସେବୀ ରାମଚନ୍ଦ୍ର ମହାପାତ୍ର, କବି ପ୍ରଶାନ୍ତ କୁମାର କର, ପଣ୍ଡିତ ବିଜୟ କୁମାର ଦାସ, ସମାଜସେବୀ ଅଫସର ତୁଲ୍ଲା, ସାଂସ୍କୃତିକ ସଂଗଠକ ହିମାଂଶୁ ଶେଖର ଦାଶ, ପ୍ରଧାନଶିକ୍ଷକ ଭାରତ ଭୂଷଣ ଦାସ, ସେନା ଅଧିକାରୀ କ୍ଷୀରୋଦ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇଥିଲେ । ଅତିଥି ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ, ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।
ପ୍ରସିଦ୍ଧ ନାଟ୍ୟ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମହାନ୍ତି, ମଞ୍ଚ ଅଭିନେତା ବିଜୟ କୁମାର ଦାଶ, ସଂସ୍କୃତିପ୍ରେମୀ ସୁଧୀର କୁମାର ମହାନ୍ତି, ସମବାୟବିତ୍ ଅଚ୍ୟୁତାନନ୍ଦ ପଲେଇ,ଯୁବ ସାଂସ୍କୃତିକ ସଂଗଠକ ବିଭୂତି ଭୂଷଣ ଦାସ,ସାମ୍ବାଦିକ ରମେଶ ଚନ୍ଦ୍ର ସାହୁ, ସାମ୍ବାଦିକ ଅଶୋକ କୁମାର ଦାଶ, ଲୋକନୃତ୍ୟ ଗାୟକ ବିଦ୍ୟାଧର ବେହେରା, ପୂଜକ ଫକୀର ଚରଣ ପଣ୍ଡା ପ୍ରମୁଖଙ୍କୁ ଏହି ଉତ୍ସବରେ ପୁଷ୍ପଗୁଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଚିତ୍ତ ରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ,ଦିଲ୍ଲୀପ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ମହେନ୍ଦ୍ର କୁମାର ଦାସ, ରତିକାନ୍ତ ପରିଡା, ଚନ୍ଦ୍ରକାନ୍ତ ପରିଡା, ଦିଲ୍ଲୀପ କୁମାର ଦାସ, ଧୃବ ଚରଣ ପଲେଇ, ଜୟନ୍ତ ଦାସ, ହେମନ୍ତ ଦାସ, କମଳାକାନ୍ତ ଦାସ, ଶଶୀକାନ୍ତ ପରିଡା, ରବୀନ୍ଦ୍ର ଦାସ, ରତିକାନ୍ତ ପଲେଇ, ବିଜୟ ଦାସ, କ୍ଷୀରୋଦ ଦାସ,ସୁକାନ୍ତ ପରିଡା ଅଜୟ ଦାସ,ଗୋବିନ୍ଦ ଦାସ ଏବଂ ଅଶୋକ ଦାସ ପ୍ରମୁଖ ପରିଚାଳନା କରିଥିଲେ ।
ବିଦ୍ୟାଧର ବେହେରା ଓ ତା’ଙ୍କ ସାଥୀ ମାନଙ୍କ ଦ୍ୱାରା ଗ୍ରାମୀଣ ପରିବେଷ ମଧ୍ୟରେ ଘୋଡାନାଚ ପରିବେଷଣ କରାଯାଇଥିବା ବେଳେ,ଶହଶହ ଦର୍ଶକ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
