ବାଲିଗୁଡା,୨୫/୦୬/୨୦୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ଏକ ନିଶା ନିବାରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।
ଉକ୍ତ ଶୋଭାଯାତ୍ରା କୁ ମହାବିଦ୍ୟାଳୟ ସମ୍ମୁଖରୁ ଅଧ୍ୟକ୍ଷ ଲକ୍ଷ୍ମଣ ପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ଛାତ୍ର ଛାତ୍ରୀ ମାନେ ନିଶା ନିବାରଣ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇ ସମଗ୍ର ସହର ପରିକ୍ରମା କରିଥିଲେ ।
ଏଥିରେ ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ଼.ବିଭୂତି ଭୂଷଣ ଆଚାର୍ୟ୍ୟ, କାଉନସେଲର ଦଣ୍ଡପାଣି ଭୂୟାଁ, ଜାତୀୟ ସେବା ଯୋଜନା କାର୍ୟ୍ୟକ୍ରମ ଅଧିକାରୀ ହମନ୍ ଦିବାକା, ଅଧିକାରିଣୀ ଅରୁନ୍ଧତୀ ପ୍ରଧାନ, କ୍ରୀଡା ପ୍ରଶିକ୍ଷକ ଗଙ୍ଗାଧର ପଣ୍ଡାଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
