ଧଉଳି ଚାରୁକଳା ମହାବିଦ୍ୟାଳୟରେ ସ୍ୱତନ୍ତ୍ର ଏନ୍ ଏସ ଏସ ଶିବିର

ଭୁବନେଶ୍ୱର,୧୫/୧୦/୨୦୨୬(ଓଡ଼ିଶା ସମାଚାର)- ଧଉଳି ଶାନ୍ତିସ୍ତୂପ ପାଦଦେଶରେ ଥିବା ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ଏକ ୭ ଦିନିଆ ସ୍ବତନ୍ତ୍ର ଏନ ଏସ ଏସ ଶିବିର ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶିବିରକୁ ଉଦ୍ଘାଟନ କରିଥିଲେ। ମହାବିଦ୍ୟାଳୟର ଏନ୍ ଏସ ଏସ ପ୍ରଗ୍ରାମ ଅଫିସର ଚନ୍ଦନ କୁମାର ସାମଲଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟର ଏନ ଏସ ଏସ ସ୍ୱେଚ୍ଛାସେବୀ ମାନଙ୍କ ଦ୍ଵାରା “ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା” ଶୀର୍ଷକ ବିଷୟ ବସ୍ତୁକୁ ନେଇ ଏହି ଶିବିର ଆୟୋଜିତ ହୋଇଥିଲା।ଶିବିର ଅବସରରେ ଶାନ୍ତିସ୍ତୂପ ସମ୍ମୁଖ ଏବଂ ଧଉଳି ପାହାଡ଼ ଚାରିପାଖରେ ସଫେଇ କାର୍ଯ୍ୟକ୍ରମ,ସ୍ୱଚ୍ଛତା ସଚେତନତା ପଦଯାତ୍ରା,ରକ୍ତଦାନ ଓ ସ୍ୱାସ୍ଥ୍ୟ ସଚେତନତା ଶିବିର ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା ।

ଶିବିର ଷଷ୍ଠ ଦିନରେ ଭାରତ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ପାଇଁ ଭୁବନେଶ୍ୱର ଏନ୍ ସି ଏସ ସି କେନ୍ଦ୍ରର ନିଯୁକ୍ତି ଅଧିକାରୀ ତପନ କୁମାର ରାଉଳ ଯୋଗଦେଇ ନିଯୁକ୍ତି ଓ କ୍ୟାରିୟର ଗଠନ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସ୍ୱଚ୍ଛତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଥିଲେ।ଶେଷ ଦିନ ଅଧ୍ୟାପକ ଉତ୍ପଳ କୁମାର ପ୍ରଧାନ ଓ ଚିତ୍ରଶିଳ୍ପୀ ସୁଶାନ୍ତ କୁମାର ସିଂହ ସାମନ୍ତ ଅତିଥିଭାବେ ଯୋଗଦେଇ ସ୍ୱେଚ୍ଛାସେବୀ ମାନଙ୍କୁ ଏନ ଏସ ଏସ ର ଆଭିମୁଖ୍ୟ ଓ ସ୍ୱଚ୍ଛତା ସମ୍ପର୍କରେ ବୁଝାଇବା ସହ ମାନପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ପ୍ରତିଦିନ ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟାପକ ଭୂପତି ଭୂଷଣ ପଣ୍ଡା, ଲକ୍ଷ୍ମୀଧର ସ୍ୱାଇଁ ଉପସ୍ଥିତ ରହି ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *