ବି.ଜେ.ବି ସ୍ବୟଂଶାସିତ କଲେଜର ମନୋବିଜ୍ଞାନ ବିଭାଗ ରେ ଆଲୋଚନାଚକ୍ର ଅନୁଷ୍ଠିତ

ଭୁବନେଶ୍ୱର,୧୮/୦୨/୨୦୨୬ (ଓଡ଼ିଶା ସମାଚାର)- ବି.ଜେ.ବି ସ୍ବୟଂଶାସିତ କଲେଜର ମନୋବିଜ୍ଞାନ ବିଭାଗ ଓ ୟୁ.ଜି.ସି କମିଟିର ମିଳିତ ସହଯୋଗ ରେ ଆଜି ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି।  ଏଥିରେ ମୁଖ୍ୟ ଅତିଥି ଭାବେ  କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତଥା ବର୍ତ୍ତମାନ ୟୁ.ଜି.ସି ର ମାନ୍ୟବର ସଦସ୍ୟ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଯୋଗଦେଇ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନଙ୍କୁ  ଆଜିର ଯୁବ ସମାଜ ସମ୍ମୁଖୀନ ହେଉ ଥିବା ସମସ୍ୟା ଓ ତା ର ନିରାକରଣ ସମ୍ବନ୍ଧରେ ଆଲୋକପାତ କରିଥିଲେ ।

ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଝୁମକୀ ରଥ ସ୍ଵାଗତ ଭାଷଣ ଦେଇ ଥିବା ବେଳେ ମନୋବିଜ୍ଞାନ ବିଭାଗ ର ମୁଖ୍ୟ ଲେଖା ଦାସ ଆଲୋଚନାଚକ୍ର ର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ  । ମହାବିଦ୍ୟାଳୟର ୟୁଜିସି କମିଟିର ସଂଯୋଜକ ଡ. ବିଭାବରୀ ବଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମନୋବିଜ୍ଞାନ ର ସହକାରୀ ପ୍ରଫେସର ଡକ୍ଟର ଶୁଭସ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ଡ. ପ୍ରଜ୍ଞା ପାରମିତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦାନ କରିଥିଲେ ।

Leave a Reply

Your email address will not be published. Required fields are marked *