କଟକ,୨୩/୧୨/୨୦୨୫(ଓଡ଼ିଶା ସମାଚାର/ଦେବାଶିଷ ରଥ)- ଚିର ସବୁଜ ନାୟକ ଅକ୍ଷୟ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଦି ସମ୍ମାନ ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ କଟକ ସହିଦ୍ ଭବନ ଠାରେ ଆୟୋଜିତ ହୋଇଯାଇଛି “ଅ ରୁ କ୍ଷ” କାର୍ୟ୍ୟକ୍ରମ ।

ଏହି ମ୍ୟୁଜିକାଲ୍ ସଂଧ୍ୟାରେ କଟକ ମେୟର ସୁବାଷ ସିଂ, ଓଡ଼ିଆ ସିନେ ଜଗତର ବରିଷ୍ଠ କଣ୍ଠଶିଳ୍ପୀ ତୃପ୍ତି ଦାସ, ଗୀତା ପଟ୍ଟନାୟକ, ବିଭୁ ଦାସ, ଗୀତିକାର ଶିର୍ଶାନନ୍ଦ ଦାସ କାନୁନଗୋ, ଅରୁଣ ମନ୍ତ୍ରୀ, କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ ମାନେ ଏଵଂ ଅକ୍ଷୟ ମହାନ୍ତିଙ୍କ ପୁଅ ମିତ୍ରଭାନୁ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ଅକ୍ଷୟ ମହାନ୍ତିଙ୍କ ପୁଅ ମିତ୍ରଭାନୁ ମହାନ୍ତି କହିଥିଲେ ବାପାଙ୍କୁ ନେଇ ଯେତିକି ଗର୍ବ ଲାଗୁଚି ସେତିକି ମଧ୍ୟ ଦୁଃଖ ଲାଗୁଛି ।
ଯାହା ସମ୍ମାନ ମିଳିବା କଥା ତାହା ମିଳିନାହିଁ । ସେପଟେ କଟକ ମେୟର ସୁବାଷ ସିଂ କହିଛନ୍ତି ଓଡ଼ିଶାର ପିଢ଼ି ପରେ ପିଢ଼ି ତାଙ୍କୁ ଭୁଲି ପାରିବେନି । ହେଲେ ତାଙ୍କୁ ଯେତିକି ସମ୍ମାନ ମିଳିବା କଥା ସେତିକି ସମ୍ମାନ ମିଳି ପାରିନାହିଁ । କଟକ ମହାନଗର ନିଗମ ପକ୍ଷରୁ କଟକରେ ଥିବା ଅକ୍ଷୟ ମହାନ୍ତିଙ୍କ ପାର୍କରେ ତାଙ୍କର ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ । ଏବଂ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ ତାଙ୍କୁ ମରଣତ୍ତର ସମ୍ମାନ ଦେବା ପାଇଁ ।

