ମାହାଙ୍ଗା,୨୯/୧୧/୨୦୨୬(ଓଡିଶା ସମାଚାର /ଅଭୟ ଜେନା)ମାହାଙ୍ଗାରେ ମହିଳା କଂଗ୍ରେସକୁ ସଶକ୍ତ କରିବା ପାଇଁ ବ୍ଲକ ମହିଳା କଂଗ୍ରେସ ସଭାପତି ନିଯୁକ୍ତି ଦିଆଯାଇଛି । ଭାରତୀ ନାୟକଙ୍କୁ ଦଳ ଏହି ଗୁରୁ ଦାୟୀତ୍ୱ ଦେଇଥିବାରୁ ଦଳୀୟ କର୍ମୀମାନେ ଏହାକୁ ସ୍ୱାଗତ କରିଛନ୍ତି । ନବ ନିଯୁକ୍ତ ସଭାପତି ଶ୍ରୀମତୀ ନାୟକ ହେଉଛନ୍ତି କଂଗ୍ରେସର ଜଣେ ଦୃଢ଼ ସଂଗଠ ତଥା କଟକ ଜିଲ୍ଲା କଂଗ୍ରେସ ପ୍ରାକ୍ତନ ସମ୍ପାଦକ,ରଞ୍ଜନ କୁମାର ପ୍ରଧାନଙ୍କ ଧର୍ମପତ୍ନୀ ।
ସେ ବହୁଦିନ ଧରି ଦଳ ସହିତ ରହିଛନ୍ତି । ଶ୍ରୀମତୀ ନାୟକ ସୁଚାରୁ ରୂପେ ଦଳୀୟ କାର୍ଯ୍ୟ ତୁଲାଇ ଆସୁଥିବାରୁ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେବାକୁ ଦଳ ନିଷ୍ପତ୍ତି ନେଇଥିଲା ।
ଏଥିପାଇଁ ଶ୍ରୀମତୀ ନାୟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ,ରାଜ୍ୟ କଂଗ୍ରେସ ମହିଳା ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି,କଟକ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ୍ତ କୁମାର ଦାସ, କଟକ ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ପ୍ରୀତିଛନ୍ଦା କୈବଲ୍ୟା ନାୟକ, ମାହାଙ୍ଗା କଂଗ୍ରେସ ନେତା ସେକ ମସୁଦ ଅଲି ଓ ମାହାଙ୍ଗା ବ୍ଲକ କଂଗ୍ରେସ କମିଟି ସଭାପତି ଆଇନଜୀବି ଦୀପକ କୁମାର ମହାନ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ନିଯୁକ୍ତି ଖବର ଜଣାପଡିବା ପରେ ମାହାଙ୍ଗା କଂଗ୍ରେସ ମହଲରେ ଖୁସିର ଲହରୀ ଖେଳିଯାଇଛି ।
ଏହି ପରିପ୍ରେକ୍ଷୀରେ ଦଳର ସଂଗଠନକୁ ସୁଦୃଢ କରିବାକୁ ସବୁ ବର୍ଗର ମହିଳା ଓ ସମସ୍ତ ଦଳୀୟ କର୍ମୀମାନଙ୍କୁ ନେଇ କାର୍ଯ୍ୟ କରିବେ ବୋଲି ଶ୍ରୀମତୀ ନାୟକ ତାଂକ ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି । ଶାସକ ଦଳର ଦୁର୍ନୀତି,ପ୍ରିୟା ପ୍ରୀତି ଶୋଷଣ,ଭ୍ରଷ୍ଟାଚାର, ନାରୀ ନିର୍ଯ୍ୟାତନା ଏବଂ ଅପାରଗତା ବିରୁଦ୍ଧରେ ସେ ଲଢେଇ କରିବାକୁ ଚେତାବନୀ ଦେଇଛନ୍ତି । ସାଧାରଣ ଲୋକଙ୍କ ହକ ପାଇଁ କଂଗ୍ରେସର ଶାଣିତ ସ୍ୱରକୁ ଆହୁରି ବ୍ୟାପକ କରାଯିବାକୁ ଶ୍ରୀମତୀ ନାୟକ ଆହ୍ୱାନ ଦେଇଛନ୍ତି ।
