ଉତ୍କୃଷ୍ଟ ସେବା ଏବଂ ସମାଜ ପାଇଁ ଅହେତୁକ ଅବଦାନ ପାଇଁ ସମ୍ମାନ ଜନକ ଡକ୍ଟରେଟ

ଭୁବନେଶ୍ୱର,୦୨/୦୩/୨୦୨୫(ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉତ୍କୃଷ୍ଟ ସେବା ଏବଂ ସମାଜ ପାଇଁ ଅହେତୁକ ଅବଦାନ ପାଇଁ ଆମେରିକାନ ମ୍ୟାନେଜମେଣ୍ଟ ୟନଭରସିଟି ତରଫରୁ ଓଡ଼ିଶା ର ବିଶିଷ୍ଟ ସମାଜସେବୀ ତଥା ଯୁବଜ୍ୟୋତି ଯୁବକ ସଂଘ ର ପ୍ରତିଷ୍ଠାତା ଶ୍ରୀ ଚଣ୍ଡେଶ୍ୱର ଜୟସିଂହ ଙ୍କୁ ସମ୍ମାନ ଜନକ ଡକ୍ଟରେଟ ସମ୍ମାନ ରେ ସମ୍ମାନିତ କରାଯାଇଛି।

ଏହି ଅବସର ରେ ଶ୍ରୀ ଜୟସିଂହ କହିଛନ୍ତି ଯେ, ସମାଜ ସେବା କୁ ସେ ନିଜର ବ୍ରତ ଭାବି ୧୯୯୭ ମସିହା ରୁ ସମାଜ ସେବା ଆରମ୍ଭ କରି ସମାଜ ର ଦଳିତ ଅବହେଳିତ, ଅସହାୟ ଏବଂ ଦିବ୍ୟାଙ୍ଗ ମାନଙ୍କ ସେବା କୁ ନିଜର ବ୍ରତ ଭାବି ଆଗେଇ ଚାଲିବା ସହ ଆଗାମୀ ଦିନରେ ଓଡ଼ିଶା ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସମାଜ ମଙ୍ଗଳ ରେ ନିୟୋଜିତ ହେବେ।

ଏହି ସମ୍ମାନ ପାଇଁ ବିଭିନ୍ନ ମହଲ ରୁ ତାଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ମିଳୁଛି।

Leave a Reply

Your email address will not be published. Required fields are marked *