ଏମ୍ସରେ ପୀଡ଼ିତା ଛାତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି: ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଭୁବନେଶ୍ୱର,୧୪/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଇଂଟିଗ୍ରେଟେଡ ବିଏଡ୍ ର ଦ୍ୱିତୀୟବର୍ଷରେ ଅଧ୍ୟୟନରତା ଜଣେ ଛାତ୍ରୀ ଆତ୍ମାହୁତି ଦେଇଛନ୍ତି । ଏହି ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ ଏବେ ଏମ୍ସରେ ଚିକିତ୍ସାଧିନ ଅଛନ୍ତି । ଆଜି ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମ୍ସ ଯାଇ ଗୁରୁତର ଛାତ୍ରୀଙ୍କୁ ଭେଟିଛନ୍ତି ।

ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବର୍ଣ୍ଣ ୟୁନିଟରେ ପୀଡ଼ିତାଙ୍କୁ ସାକ୍ଷାତ କରିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ସୂଚନାଯୋଗ୍ୟ, ଭୁବନେଶ୍ୱର ଏମ୍ସ ସମାବର୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ଡିଗ୍ରୀପ୍ରାପ୍ତ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଉଛି । ପୁଅଙ୍କ ତୁଳନାରେ ଅଧିକ ଝିଅ ସ୍ୱର୍ଣ୍ଣ ପଦକ ପାଇଥିବାରୁ ଆହୁରି ଖୁସି ଲାଗୁଛି ।

ମା, ଭଉଣୀ ହେଉଛନ୍ତି ସେବାର ପ୍ରତୀକ । ଝିଅମାନେ ଅଧିକରୁ ଅଧିକ ଡାକ୍ତର ହେଲେ ସେବା କାର୍ଯ୍ୟ ଜୋରଦାର ହେବ ।
ଗୁଣାତ୍ମକ ଚିକିତ୍ସା ଯୋଗୁ ଦେଶ ବାହାରୁ ଚିକିତ୍ସା ପାଇଁ ରୋଗୀ ଏମ୍ସ ଆସୁଛନ୍ତି । ଗତ ୧୦ ବର୍ଷରେ ୧୦ ଲକ୍ଷ ଲୋକ ଏମ୍ସରେ ଚିକିତ୍ସିତ ହୋଇଛନ୍ତି । ବାଲ୍ୟାବସ୍ଥା ଗାଁରେ କଟିଛି, ଗାଁରେ ଲୋକେ ଡାକ୍ତରଙ୍କୁ ଭଗବାନ ମାନନ୍ତି । ଡାକ୍ତରୀ କେବଳ ଏକ ବୃତି ନୁହେଁ ଏହା ଏକ ବ୍ରତ । ଡାକ୍ତରୀ ସେବାର ଅନ୍ତ ନାହିଁ, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେବା ଯୋଗାଇବେ । ଏହା ୧୦ରୁ ୫ ଡ୍ୟୁଟି ନୁହେଁ, ସବୁବେଳେ କାମ କରିବାକୁ ହେବ । ଆଉ ଏଥିରୁ ଆପଣଙ୍କୁ ଯେଉଁ ଆତ୍ମସନ୍ତୋଷ ମିଳିବ, ଏହାର ତୁଳନା ନାହିଁ ।

Leave a Reply

Your email address will not be published. Required fields are marked *