ଜଗତସିଂହପୁର୧୪/୧୦/୨୦୨୬(ଓଡ଼ିଶା ସମାଚାର)- ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଜଗତସିଂହପୁର ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସଵ ମହକ ଓ ଉତ୍ସାହ ୨୦୨୬-୨୭ ନବକୃଷ୍ଣ ଚୌଧୁରୀ ଷ୍ଟାଡ଼ିୟମ ଜଗତସିଂହପୁର ଓ ଶିଶୁ ଆଶ୍ରମ ଜଗତସିଂହପୁର ଠାରେ ତା୧୩.୧୦.୨୦୨୬ ଏବଂ ୧୪.୧୦.୨୦୨୬ତାରିଖରେ ଅନୁଷ୍ଠିତ ହୋଇଯାଇଅଛି । ଜଗତସିଂହପୁରର ଦୁଇଗୋଟି ପଂଜିକୃତ ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଶିଶୁ ଆଶ୍ରମ ଜଗତସିଂହପୁର ଏବଂ ଶ୍ରୀ ଲୋକନାଥ ଶିକ୍ଷାଶ୍ରମ ନିମିଢି ପାରାଦୀପ, ଜଗତସିଂହପୁର ର ପିଲାମାନେ ଅଂଶଗ୍ରହଣ କରିଥିଲେ । ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ନେତୃତ୍ୱ ଗୁଣର ପରିସ୍ପୁଠନ ଏବଂ ଶିଶୁ ସୁରକ୍ଷା ବିଷୟରେ ସଚେତନ ସୃଷ୍ଟି କରିବା ଏହି କାର୍ଯ୍ୟର ମୂଳ ଲକ୍ଷ୍ୟ ଅଟେ ।
ଉତ୍ସାହ କାର୍ଯ୍ୟକ୍ରମରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଯଥା ୧୦୦ମିଟର,୨୦୦ ମିଟର ଦୌଡ ,କ୍ୟାରମ,ଚେସ, ଲମ୍ବ ଡିଆଁ ,ଉଚ୍ଚ ଡିଆଁ ପ୍ରତିଯୋଗିତା ଉଭୟ ବାଳକ ଓ ବାଳିକା ବର୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସେହିପରି ମହକ କାର୍ଯ୍ୟକ୍ରମରେ ବକ୍ତୃତା, ଜଣା ଅଜଣା କାର୍ଯ୍ୟକ୍ରମ, ଚିତ୍ରାଙ୍କନ , ସଙ୍ଗୀତ ଏବଂ ଦଳଗତ ନୃତ୍ୟ ପ୍ରତିଯୋଗିତା ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମର ପୁରସ୍କାର ବିତରଣ ଉତ୍ସଵ ଆଦିକବି ଶାରଳା ଦାସ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସଵରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ , ଶିଶୁ ମଙ୍ଗଳ କମିଟିର ଅଧ୍ୟାକ୍ଷା ଶ୍ରୀମତୀ ଶୁଭଶ୍ରୀ ପାଇଟାଲ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମାନସୀ ବେହେରା , ଜିଲ୍ଲା ଲୋକସଂପର୍କ ଓ ସୂଚନା ଅଧିକାରି ଶ୍ରୀମତୀ ପ୍ରଚିତୀ ତନୟା ମହାନ୍ତି , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ମମତା ନାୟକ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାହ୍ନୁ ଚରଣ ରାଉତ , ସୁରକ୍ଷା ଅଧିକାରୀ ଜଗଦୀଶ ସାହୁ ଉପସ୍ଥିତ ରହି ପିଲା ମାନଙ୍କୁ ଉଦେଵାଧନ ଦେବା ସହିତ ପୁରସ୍କାର ବିତରଣ କରିଥିଲେ ।
ଉଭୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପିଲା ମାନଙ୍କୁ ବରେନ୍ୟ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଯେଉଁ ମାନେ ଆସନ୍ତା ନଭେମ୍ବର ୨୦୨୬ ରେ ରାଜ୍ୟ ସ୍ତରୀୟ ମହକ ଓ ଉତ୍ସାହ ୨୦୨୬-୨୭ ରେ ଅଂଶ ଗ୍ରହଣ କରିବେ । ପରେ ପରେ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିଶୁ ସୁରକ୍ଷା ୟୁନିଟ, ଶିଶୁ ଆଶ୍ରମ, ଶ୍ରୀ ଲୋକନାଥ ଶିକ୍ଷାଶ୍ରମ ଏବଂ ଚାଇଲଡ ହେଲ୍ପ ଲାଇନର କର୍ମକର୍ତା ମାନେ ସହଯୋଗ କରିଥିଲେ । ଶେଷରେ ଜଗନ୍ନାଥ ମିଶ୍ର, ଆଇନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
