ନିମାପଡ଼ା,୦୯/୦୬/୨୦୨୬(ଓଡ଼ିଶା ସମାଚାର)- ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ନିମାପଡା ପ୍ରେସ କ୍ଲବର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଳବ ସଭାପତି ଅକ୍ଷୟ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଉପ-ସଭାପତି ପୂର୍ଣଚନ୍ଦ୍ର ମହାପାତ୍ର, ସଂପାଦକ ରମାକାନ୍ତ ବେହେରା, ସହ-ସଂପାଦକ ଅଶୋକ ବେହେରା, ସଂଗଠନ ସଂପାଦକ ସୁଦର୍ଶନ ବେହେରା, କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ ବେହେରା, ଉପଦେଷ୍ଟା ବିଚିତ୍ରା ନନ୍ଦ ସାହୁ,ମାନସ ଦାସ,ବରିଷ୍ଠ ସାମ୍ବାଦିକ ସଂଜୟ ପତି, ରଂଜନ ଦାସଙ୍କ ସମେତ ୨୫ରୁ ଉର୍ଦ୍ଧ ସାମ୍ବାଦିକ ଯୋଗଦେଇଥିଲେ । ପ୍ରେସ କ୍ଲବର ନିବାଚନ ଅବଧି ଶେଷ ହୋଇଯାଇଥିବାରୁ ଆସନ୍ତା ୧୭ ତାରିଖରେ ନିର୍ବାଚନ କରାଯିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା। ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ନିମାପଡାରେ କରାଯିବା ପାଇଁ ବୈଠକରେ ଆଲୋଚନା କରାଯାଇ ତାରିଖ ରାଜ୍ୟ ସଭାପତିଙ୍କୁ ଜଣାଇବା ପାଇଁ ବରିଷ୍ଠ ସାମ୍ବାଦିକ ସଂଜୟ ପତିଙ୍କୁ ଦାୟୀତ୍ବ ଦିଆଯାଇଥିବା ବେଳେ ଯୁବ ସାମ୍ବାଦିକ ବିଶ୍ଵଜିତ୍ ମିଶ୍ରଙ୍କ ନାମରେ ଆକ୍ରୋଶ ମନୋଭାବ ରଖି ନିମାପଡ଼ା ଥାନା ଅଧିକାରୀ କରିଥିବା ମିଥ୍ୟା ମାମଲାକୁ ସମସ୍ତ ସଭ୍ୟ ନିନ୍ଦା କରିବା ସହ ଏନେଇ ପୁରୀ ଏସପି ଙ୍କୁ ଏ ଦାବିପତ୍ର ଦିଆଯିବ ବୋଲି ସାମୁହିକ ନିଷ୍ପତ୍ତି ନିଆଯାଇଥିଲା।
