କଟକ ସଦର,୧୫/୧୦/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କମିଶନରେଟ କନ୍ଦରପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଚୌଦ୍ୱାର ଥାନାରେ କାର୍ଯ୍ୟରତ ଥିବା ଅତିରିକ୍ତ ଆଇଆଇସି ନିରଞ୍ଜନ ଭୋଇ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ ଉକ୍ତ ଥାନାରେ କାର୍ଯ୍ୟରତ ଥିବା ବିବାଦୀୟ ଥାନା ଅଧିକାରୀ ଆର୍ତ୍ତତ୍ରାଣ ସେଠୀଙ୍କର ଅଚାନକ କଟକ ସାଇବର ଥାନାକୁ ବଦଳି ହେବା ପରେ କେନ୍ଦୁଝର ରୁ ପ୍ରଥମ ମହିଳା ଆଇଆଇସି ଭାବେ ଅନୁସୟା ସେଠୀ ଗତ ୩ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।
ଅନୁସୟା ସେଠୀ କନ୍ଦରପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବାର୧୦ ଦିନ ପରେ ଭୁବନେଶ୍ବର ସାଇଵର ଥାନାକୁ ହଠାତ୍ ଵଦଳି ହୋଇଥିଲେ। କନ୍ଦରପୁର ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଓ ନିଶା କାରବାର ଉପରେ ବିଶେଷ ଧ୍ୟାନ ଦେବେ ବୋଲି ନୂଆ ଆଇଆଇସି ନିରଞ୍ଜନ ଭୋଇ ଆମ ପ୍ରତିନିଧି ଙ୍କୁ କହିଛନ୍ତି।
